ବ୍ୟାସନଗର ପୌର ପ୍ରଶାସନ ପକ୍ଷରୁ ସଂସ୍କୃତି ଭବନ ନିକଟରୁ ତୀରଙ୍ଗା ଯାତ୍ରା ଆରମ୍ଭ

ଗତ କିଛିଦିନ ତଳେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଲାଗିଥିଲା l ତେବେ ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ଏବେ ଯୁଦ୍ଧ ଉପରେ ବିରାମ ଲାଗିଛି l ଏହି ଯୁଦ୍ଧରେ ଆମ ଦେଶର ବୀର ଯବାନ ମାନେ ଯେଭଳି ଲଢେଇ କରି ପାକିସ୍ତାନକୁ ଧୂଳି ଚଟାଇଲେ ତା ପ୍ରତେକ ଭାରତୀୟଙ୍କ ପାଇଁ ଗର୍ବ l ତେବେ ଏହି ବୀର ଯବାନଙ୍କୁ ଉତ୍ସାହିତ କରିବା ପାଇଁ ସାରା ରାଜ୍ୟରେ ଏବେ ତୀରଙ୍ଗା ଯାତ୍ରା ଆରମ୍ଭ ହେଇଛି l ଏହି ପରିପକ୍ଷରେ ଆଜି କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ତୀରଙ୍ଗା ଯାତ୍ରା କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତକା ଦେଖାଇ ଶୁଭାରମ୍ଭ କରିବା ସହିତ ବାଇକ ଶୋଭାଯାତ୍ରାରେ ସାମିଲ ହେଇଥିଲେ l ଏହି ଶୋଭାଯାତ୍ରା ବ୍ୟାସନଗର ସ୍ଥିତ ସଂସ୍କୃତି ଭବନ ପରିସରରୁ ବାହାରି ରାଜୀବ ଗାନ୍ଧୀ ଷ୍ଟାଡିୟମ ନିକଟରେ ପହଞ୍ଚିଥିଲା l ଏହି ଶୋଭାଯାତ୍ରା ପୌର ପରିଷଦର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ, ନିର୍ବାହୀ ଅଧିକାରିଣୀ ନମ୍ରତା ମୋଦୀ, ତହସିଲଦାର ଦେବାଶିଷ ରାଉତ, ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ଅଗ୍ନିଶମ ଅଧିକାରୀ ତାପସ କୁମାର ମନ୍ତ୍ରୀ, ବନ ବିଭାଗ କର୍ମଚାରୀ ଙ୍କ ସମେତ ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ସାମିଲ ହେଇଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *