ରନ୍ଧନ ଗ୍ୟାସ୍ ଦରବ୍ରୁଦ୍ଧି ପ୍ରତିବାଦରେ ଘଟଗାଁରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ
ଅହେତୁକ ତୈଳଦର ଓ ରନ୍ଧନ ଗ୍ୟାସ୍ ଦର ବ୍ରୁଦ୍ଧି ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିଜୁ ଯୁବ, ଛାତ୍ର ଓ ବିଜେଡି ମହଳାଙ୍କ ମିଳିତ ଭାବେ ଗତକାଲି ଠାରୁ ରାଜ୍ୟବ୍ୟାପି ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଘଟଗାଁରେ ଆଜି ଏହି ବିକ୍ଷୁଭ ପ୍ରଦର୍ଶନ ଦେଖିବାକୁ ମିଳିଛି ।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବିନ୍ ପଟ୍ଟନାୟକଙ୍କ ଆହ୍ବାନ, ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଆଦେଶରେ ଏବଂ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଦେବାଶିଷ୍ ପାତ୍ରଙ୍କ ନେତ୍ରୁତ୍ବରେ ଆଜି ଘଷିପୁରା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳର କର୍ମୀ କେନ୍ଦ୍ର ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ। ଘଟଗାଁ ତହସିଲ୍ ଛକ ଠାରୁ ରାଲି ଆରମ୍ଭ କରି ଘଟଗାଁ ବଜାର ଦେଇ ବ୍ଲକ୍ ଅଭିମୁଖେ ଯାଇ ବ୍ଲକ୍ ସମ୍ମୁଖରେ ଧାରଣା ଦେଇଥିଲା ।କିଛି ସମୟ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ୍ ଦେବା ସହିତ ଘଟଗାଁ ବିଡିଓ ନାରାୟଣ ସାହୁଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ମେମୋରେଣ୍ଡମ୍ ଦେଇଥିଲେ।ଏହି ରାଲିରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ୍ ପାତ୍ର,ଘଟଗାଁ ବ୍ଲକ ଯୁବ ସଭାପତି ରତନ କୁମାର ପଲେଇ, ସମାଜ ସେବି ଅଜିତ ପାଢ଼ୀ, ଯୁବ ସାଧାରଣ ସମ୍ପଦକ ରଞ୍ଜିତ ପଲେଇ, ଏ ରାଲି କୁ ସହଯୋଗ କରିଥିଲେ।
ରିପୋର୍ଟ- କେନ୍ଦୁଝରରୁ ମନୋଜ କୁମାର ବେହେରା।
