ବିଜେଡି ପକ୍ଷରୁ ବିକ୍ଷୋଭ
କେନ୍ଦ୍ର ସରକାରଙ୍କ ଅହେତୁକ ରନ୍ଧନ ଗ୍ଯାସ ଦରଦାମ ବୃଦ୍ଧି ବିରୁଦ୍ଧରେ ବ୍ରହ୍ମଗିରି ବ୍ଲକ ବିଜୁ ଛାତ୍ର ଜନତା ଦଳ ଓ ଯୁବ ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ବ୍ରହ୍ମଗିରି ବିଡିଓ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଗଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ଯୁବ ସଭାପତି ରାଧାକାନ୍ତ ସାହୁ, ରାଜ୍ୟ ଯୁବ ଜନତା ଦଳ ସମ୍ପାଦକ ଷ୍ଟାଲିନ ପରିଜା, ଛାତ୍ର ସଭାପତି ଦିପୁ ରଞ୍ଜନ ନାୟକ, ଜିଲ୍ଲା ସମ୍ପାଦକ ଉମାକାନ୍ତ ପାଇକରାୟ, ସନ୍ତୋଷ କୁମାର ଜେନା, ଏବଂ ବ୍ରହ୍ମଗିରି ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ, କୈଳାସ ଚନ୍ଦ୍ର ପରିଡ଼ା, ବିଜୟ କୁମାର ଦଳେଇ, କୃଷ୍ଣ ଚନ୍ଦ୍ର ରାଉତଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇ ଥିଲେ।
