ସୁପର ସ୍ପେସିଆଲିଷ୍ଟ କ୍ଲିନିକ ଉଦ୍ଘାଟିତ

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲରେ ସୁପର ସ୍ପେସିଆଲିଷ୍ଟ କ୍ଲିନିକ ଉଦ୍ଘାଟିତ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।କଲେଜ ଡିନ ତଥା ହସପିଟାଲ ଅଧିକ୍ଷକ ଡାକ୍ତର ପ୍ରଫେସର ସୁଶାନ୍ତ କୁମାର ସାହୁ, ହସପିଟାଲ ପ୍ରଶାସନିକ ରେଜିଷ୍ଟ୍ରାର ରଞ୍ଜିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଡିଆଲୋଜୀ, ନ୍ୟୁରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗର ବିଶେଷଙ୍କ ଡାକ୍ତର ମାନେ କ୍ଲିନିକକୁ ଆସି ରୋଗୀ ସେବା କରିବେ ବୋଲି ଜଣାପଡିଛି।ଅନ୍ୟ ମାନଙ୍କ ମଧ୍ୟରେ ଭେଷଜ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସ୍ବପ୍ନଶରିତ ସାହୁ, ହସପିଟାଲ ମ୍ୟାନେଜର ଶୁଭେନ୍ଦୁ ଶେଖର ପଣ୍ଡା, ପ୍ରଭାତ ନଳିନୀ ସ୍ୱାଇଁ ଓ ସଙ୍ଗୀତା ସାମଲ, ଫାର୍ମାସିଷ୍ଟ ଶେଖର ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନୀ ହେବା ପରେ ନ୍ୟୁରୋଲୋଜି ଡାକ୍ତର ଅଭିନାଶ ଜାଡ଼ା କ୍ଲିନିକରେ ରୋଗୀମାନଙ୍କର ଚିକିତ୍ସା କରିଥିଲେ ।

Leave a Reply

Your email address will not be published. Required fields are marked *