ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକରେ ଜିଲ୍ଲା ସ୍ତରୀୟ ରାସନ କାର୍ଡ ବଣ୍ଟନ*

Date-17/05/25 ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକରେ ଜିଲ୍ଲା ସ୍ତରୀୟ ରାସନ କାର୍ଡ ବଣ୍ଟନ l ଯୋଗଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଆଙ୍କର-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ରେ ନୂତନ ହିତାଧିକାରି ରାସନ କାର୍ଡ ବଣ୍ଟନ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଏହି ଅବସରରେ ମନ୍ତ୍ରୀ ପ୍ରଶାସନ ଓ ରାଜନୈତିକ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଭାଷଣ ଶୈଳୀରେ କହିଛନ୍ତି, ରାଜ୍ୟରେ ନୂଆ ୬ ଲକ୍ଷ୍ୟ ରାସନ କାର୍ଡ ବଣ୍ଟନ କରାଯିବ ପାଇଁ ଲକ୍ଷ୍ୟ ରହିଛି। ପରବର୍ତ୍ତୀ ସମୟରେ ଆଉ ନୂଆ କାର୍ଡ ବଣ୍ଟନ କରାଯିବ। ଦୀର୍ଘ ବର୍ଷ ହେବ ମୃତ୍ୟୁ ବରଣ କରିଥିବା ଲୋକ ଙ୍କ ନାମରେ ରାସନ କାର୍ଡ ଚାଲିଥିଲା। E kyc ଦ୍ଵାରା ସବୁ ଧରା ପଡିଛି। ଯାହାକୁ ଭୂତ କାର୍ଡ କୁହା ଯାଉଥିଲା। ୫ଲକ୍ଷ୍ୟ ଭୂତ କାର୍ଡ ଡିଲିଟ କରାଯାଇଛି। ୧ ଲକ୍ଷ୍ୟ କାର୍ଡ ଲୋକ ଫେରେଇ ଦେଇଛନ୍ତି। ରାଜ୍ୟରେ କୌଣସି ଗରିବ ଲୋକ ରାସନ କାର୍ଡ ରୁ ବଞ୍ଚିତ ହେବେ ନାହିଁ। ସରକାର ଙ୍କ ପାଖରେ ଆଉ ୨୦ ଲକ୍ଷ୍ୟ ନୂଆ କାର୍ଡ ବାଣ୍ଟିବାର ଯୋଜନା ରହିଛି। ପୋର୍ଟାଲ ଖୋଲା ରହିଛି ଗରିବ ଲୋକ ମାନେ ନୂଆ କାର୍ଡ ପାଇଁ ଆବେଦନ କରି ପାରିବେ। ଏହି କାର୍ଡ ଦ୍ଵାରା ଆୟୁଷମାନ କାର୍ଡ ମିଳି ପାରିବ ଯାହା ଦ୍ଵାରା ୧୦ ଲକ୍ଷ୍ୟ ଟଙ୍କା ମେଡିକାଲ ସୁବିଧା ମିଳିବ। ସରକାରୀ ଅଧିକାରୀ ମାନେ ରାଜନୀତିରେ ନ ପଶି ରାସନକାର୍ଡ କୁ ଠିକ୍ ଭାବରେ ପରିଚାଳିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଯୋଗାଣ ମନ୍ତ୍ରୀ।

Leave a Reply

Your email address will not be published. Required fields are marked *