ପୂର୍ବ ତଟ ରେଳ ମଜଦୂରୁ ସଂଘର କାର୍ଯ୍ୟ ସମିତି ବୈଠକ ଅନୁଷ୍ଠିତ

ପୂର୍ବ ତଟ ରେଳ ମଜଦୂରୁ ସଂଘର କାର୍ଯ୍ୟ ସମିତି ବୈଠକ ଅନୁଷ୍ଠିତ

ଜଟଣୀ ତା ୧୮-୦୫-୨୫ ପୂର୍ବ ତଟ ରେଳ ମଜଦୁର ସଂଘର ମଣ୍ଡଳ ସ୍ତରୀୟ କାର୍ଯ୍ୟ ସମିତି ଦୁଇ ଦିନିଆ ବୈଠକ ଜଟଣୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଖୋର୍ଦ୍ଧା ରୋଡ଼, ସମ୍ବଲପୁର ମଣ୍ଡଳର ମଜଦୂର ସଂଘର କର୍ମ କର୍ତ୍ତା ଯୋଗ ଦେଇଥିଲେ । ବୈଠକ ଆରମ୍ଭ ପୂର୍ବରୁ ଆମ ବୀର ସୈନିକଙ୍କ ପାଇଁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ରେଳ ଷ୍ଟେସନ ଠାରୁ ବାହାରି ଶିଶୁ ମନ୍ଦିର ପରିସରରେ ପହଞ୍ଚିଥିଲା ।

ଏହି ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ବି ଜେ ପି ସଭାପତି ଶ୍ରୀ ବିଶ୍ୱ ରଞ୍ଜନ ବଡ଼ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଜଦୂର ସଂଘର କର୍ମକର୍ତ୍ତା ମାନଙ୍କୁ ସଂଗଠିତ ହୋଇ ନିଜର ଦାବି ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ। ଦୁଇ ଦିନିଆ ବୈଠକରେ ରେଳ ମଜଦୂର ସଂଘର ପୂର୍ବ ତଟ ମଣ୍ଡସ୍ତରୀୟ ସମ୍ପାଦକ ତ୍ରିଲୋଚନ ସାହୁ, ସହ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ସଂଯୋଜକ ବିମଳ ପ୍ରସାଦ ମହାପାତ୍ର, ସହ ସଂଯୋଜକ ଆଶ୍ୱିନ କୁମାର ସାହୁ, କୋଷାଧ୍ୟକ୍ଷ ଶ୍ରୀକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇ ଭାରତୀୟ ମଜୁଦୂର୍ ସଙ୍ଘ ଅନୁବନ୍ଦିତ ଇଷ୍ଟ କୋଷ୍ଟ ରେଳ ମଜଦୂର ସଂଘର କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଜ
ଜଟଣୀ ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *