ଯୁବକ ସଂଘ ଆନୁକୂଲ୍ୟରେ ବଜ୍ରପାତ ସଚେତନତା ଶିବିର ଅନୁଷ୍ଠିତ
ଯୁବକ ସଂଘ ଆନୁକୂଲ୍ୟରେ ବଜ୍ରପାତ ସଚେତନତା ଶିବିର ଅନୁଷ୍ଠିତ।
ଗଣିଆ – ଗଣିଆରେ ଥିବା ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ଗଣିଆ ଯୁବକ ସଂଘ ଆନୁକୂଲ୍ୟରେ ବଜ୍ରପାତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ସାମାଜିକ କର୍ମୀ ଆନନ୍ଦ ଚନ୍ଦ୍ର ବେହେରା,ଯୁବକ ସଂଘ ସମ୍ପାଦକ ବାଉରିବନ୍ଧୁ ବେହେରା, ଶିକ୍ଷକ ମହେଶ୍ୱର ନାୟକ, ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ବଜ୍ରପାତ ସମୟରେ କିଭଳି ସଚେତନ ଏବଂ ସତର୍କ ରହିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବଜ୍ରପାତ ଯୋଗୁଁ ଅନେକ ଜୀବନ ଯାଉଥିବାରୁ ଏଲଇଡି ମାଧ୍ଯମରେ ଏହାର ନିରାକରଣ ସମ୍ପର୍କରେ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିବା ବେଳେ ଉପସ୍ଥିତ ଛାତ୍ର ଛାତ୍ରୀ ତଥା ଅଭିଭାବକ ସଚେତନତା ଲାଭ କରିଥିଲେ । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ।
