ସୋରଡ଼ା ବ୍ଳକ ର ୬୪ନଂ ଜୋନ ରେ ବିଜେପି ର ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

ଭାରତ ର ସାମରିକ ବାହିନୀ ର ଆତଙ୍କବାଦୀ ବିରୋଧ ରେ ବୀରତ୍ୱ, ଷୌର୍ଯ୍ୟ ଓ ପରାକ୍ରମ କୁ ସମ୍ମାନ ଜଣାଇ ଆଜି ସୋରଡ଼ା ବ୍ଳକ ର ୬୪ ନଂ ଜୋନ ରେ ରେ ‘ପରାକ୍ରମ ଶୋଭାଯାତ୍ରା’ ଆୟୋଜନ କରାଯଇଥିଲା |
ଜାମ୍ମୁ କାଶ୍ମୀର ର ପହଲଗାଁଓ ଠାରେ ନିରୀହ ପର୍ଯ୍ୟଟକ ମାନଙ୍କୁ ଆତଙ୍କବାଦୀ ମାନଙ୍କ ଦ୍ୱାରା କରାଯାଇଥିବା ବର୍ବୋ ରଚିତ ନରସଂହାର ବିରୋଧ ରେ କରାଯାଇଥିବା ଭାରତୀୟ ସାମରିକ ବାହିନୀ ର ” ଅପରେସନ ସିନ୍ଦୁର ” ର ସଫଳତା ଉଦେଶ୍ୟ ରେ ଭାରତୀୟ ଯବାନ ଙ୍କ ବିରତ୍ୱ, ସୌର୍ଯ୍ୟ ଓ ପରାକ୍ରମ କୁ ସମ୍ମାନ ଦେବା ଉଦେଶ୍ୟ ରେ ଆମ ଜାତୀୟ ପତାକା ତ୍ରିରଙ୍ଗା ସହ ବାଇକ ଶୋଭାଯାତ୍ରା ବା ପରାକ୍ରମ ଶୋଭାଯାତ୍ରା ସୋରଡ଼ା ବ୍ଳକ ର ୬୪ନଂ ଜୋନ ର ବଡ଼ଗଡ଼ ରାମ ମନ୍ଦିର ଠାରୁ ଭଗବାନପୁର ପଞ୍ଚାୟତ ର ପଦରାଇଶୁଣି ଯାଏଁ ଅନୁଷ୍ଠିତ ହୋଇଥିଲା |ଏଥିରେ ଭାଜପା ର ବରିଷ୍ଠ ନେତା ରାଧାମୋହନ ସ୍ୱାଇଁ, ମଣ୍ଡଳ ସଭାପତି ପୂର୍ଣ୍ଣ ଚନ୍ଦ୍ର ସେଠି ସହ ମଣ୍ଡଳ ର ବହୁ ବିଜେପି କର୍ମୀ ଓ ପୂର୍ବତନ ସେନା କର୍ମୀ ଗୌରାଙ୍ଗ ପଡିହାରୀ ଯୋଗ ଦେଇଥିଲେ ତ୍ରିରଙ୍ଗା ପତାକା ଧରି ବାଇକ ଚଳାଇ ବନ୍ଦେ ମାତରଂ ଧ୍ୱନି ଦେଇ ସହର ପରିକ୍ରମା କରିଥିଲେ |

Leave a Reply

Your email address will not be published. Required fields are marked *