ଗଣିତରେ ୧୦୦ ରୁ ୧୦୦ ନମ୍ୱର ଲର୍ଣ୍ଣ ମି଼ ଏକାଡେମୀ ରେ କୋଚିଂ ନେଉଥିବା ସଂପୂର୍ଣ୍ଣl

ଗଣିତରେ ୧୦୦ ରୁ ୧୦୦ ନମ୍ୱର ଲର୍ଣ୍ଣ ମି଼ ଏକାଡେମୀ ରେ କୋଚିଂ ନେଉଥିବା ସଂପୂର୍ଣ୍ଣl

+୨ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଲର୍ଣ୍ଣ ମି ଏକାଡେମିରେ ହୋଇଛି ଖୁସିର ସେଲିବ୍ରେଶନ l ସଂପୂର୍ଣ୍ଣl ଙ୍କ ଘର ଯାଜପୁର ଜିଲ୍ଲା ଯାବରର ନୁଆହାଟ ଗାଁ ରେ l ପିତା ରବିନାରାୟଣ ପୃଷ୍ଟି ମା କବିତା ପୃଷ୍ଟି l ସଂପୂର୍ଣ୍ଣl ଚାଷୀ କୂଳ ପରିବାରରେ ଜନ୍ମ ହୋଇଥିଲେ ହେଁ ପିତା ମାତା ତାଙ୍କୁ କେବେ ପାଠ ପଢାରେ ଅବହେଳା କରିନାହାଁନ୍ତି, କଷ୍ଟେ ମଷ୍ଟେ ମାଟ୍ରିକ ସରିବା ପରେ ବ୍ୟାସନଗର ସ୍ଵୟଂ ଶାସିତ ମହା ବିଦ୍ୟାଳୟରେ ବିଜ୍ଞାନ ବିଷୟ ରଖି ଅଧ୍ୟୟନ କରୁଥିଲେ l ଅତି ସ୍ୱଳ୍ପ ଅର୍ଥରେ ସେ ଲର୍ଣ୍ଣ ମି଼ ଏକାଡେମୀ ରେ ନିଜର ଘରୋଇ ଶିକ୍ଷା ବା କୋଚିଂ ନେଉଥିଲେ l ସେ ଏହି ଏକାଡେମୀର ସୁନ୍ଦର୍ ଉପସ୍ଥାପନ ଓ ଶିକ୍ଷାଦାନ ପ୍ରଣାଳୀରେ ଅତି ସହଜ ଭାବରେ ପାଠ କୁ ବୁଝିପାରୁଥିଲେ l ଏହି ଏକାଡେମୀ ରେ ଦିଆ ଯାଉଥିବା ଶିକ୍ଷାକୁ ଗ୍ରହଣ କରି ନିଜ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସଲ ଆରିବାରେ ସଦା ସର୍ବଦା ଚେଷ୍ଟିତ ଥିଲେ l ଏକାଡେମୀର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରଚେଷ୍ଟା ବଳରେ ସେ ଖୁବ୍ ଭଲ ନମ୍ବର ରଖିଥିବା ବେଳେ ଗଣିତରେ ୧୦୦ ରୁ ୧୦୦ ନମ୍ୱର ରହି ନିଜ ପାଈଁ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି l ଏଥିପାଇଁ ସେ ସମସ୍ତ ସଫଳତାର ଶ୍ରେୟ ତାଙ୍କ ଏକାଡେମୀକୁ ଓ ବ୍ୟାସନଗର ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି l ପିତାମାତାଙ୍କ ଆଶ୍ରିବାଦ ସଦା ସର୍ବଦା ରହିବା ସହ ଶିକ୍ଷକଙ୍କ ଗୁରୁଜ୍ଞାନ ଆଗାମୀ ଭବିଷ୍ୟତ ଶିକ୍ଷା ପାଇଁ ଫଳ ପ୍ରଦ ହେଇ ବୋଲି ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *