ମୋବାଇଲ ଫୋନ୍ ଲୁଟ୍ ମାମଲାରେ ଜଣେ ଅଭିଯୁକ୍ତ ଗିରଫ

ମୋବାଇଲ ଫୋନ୍ ଲୁଟ୍ ମାମଲାରେ ଜଣେ ଅଭିଯୁକ୍ତ ଗିରଫ**ଜଗନ୍ନାଥ ବଲ୍ଲଭ ମଲ୍ଟି ପାର୍କିଂ ରେ ଯାତ୍ରୀଙ୍କ ମୋବାଇଲ ଫୋନ୍ ଲୁଟ୍ ମାମଲା:*(କେସ ନମ୍ବର -୮୦୫/୨୦୨୬)ଗତକାଲି ଢେଙ୍କାନାଳ ଅଞ୍ଚଳରୁ ଆସିଥିବା ଯାତ୍ରୀ ରାହୁଲ ଜେନା ଜେନା (୨୮) ଙ୍କ ଠାରୁ ଜଣେ ଦୁବୃର୍ତ୍ତ ଜଗନ୍ନାଥ ବଲ୍ଲଭ ମଲ୍ଟି ପାର୍କିଂ ରେ ତାଙ୍କ ହାତରୁ ତାଙ୍କର ରେଡ୍ମି ୧୩ ସି ୫ ଜି ମୋବାଇଲ ଫୋନ୍ ଟିକୁ ଛଡ଼ାଇ ନେଇଥିଲେ। ଉକ୍ତ ଯାତ୍ରୀ ଜଣକ ନିରାଶ ହୋଇ ଟାଉନଥାନା ରେ ଅଭିଯୋଗ କରିଥିଲେ। ଟାଉନଥାନା ପୋଲିସ୍ ତାଙ୍କ ଅଭିଯୋଗ କୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ମଙ୍ଗଳା ସାହି ରୁ ଗିରଫ କରାଯାଇଥିଲା ଏବଂ ଚୋରି ଫୋନ୍ ଟିକୁ ମଧ୍ୟ ଜବତ କରାଯାଇଥିଲା ।ଅଭିଯୁକ୍ତର ନାମ: ରାହୁଲ ବେହେରା (୨୦), ପି- ପ୍ରାଣନାଥ ବେହେରା, ମଙ୍ଗଳା ସାହି, କୁମ୍ଭାରପଡ଼ା, ପୁରୀ।ଉକ୍ତ ଅଭିଯୁକ୍ତକୁ ଆଜି ମାନ୍ୟବର ଏସ୍.ଡି.ଜେ.ଏମ୍. ପୁରୀ ଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା । ମାତ୍ର ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ପୁରୀ ଜିଲ୍ଲା କାରାଗାର କୁ ପଠାଇ ଦିଆଯାଇଛି । ଅଭିଯୁକ୍ତଙ୍ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି।

Leave a Reply

Your email address will not be published. Required fields are marked *