ଭଦ୍ରକ ଜିଲ୍ଲା ମିଡିଆ ଆସୋସିଏସନର ପ୍ରଥମ ବାର୍ଷିକ ଉତ୍ସବ ସମାରୋହ

ଭଦ୍ରକ ଜିଲ୍ଲା ମିଡିଆ ଆସୋସିଏସନର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନଠାରେ ପାଳିତ ହୋଇଯାଇଛି।ସଙ୍ଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଅତିଥି ପରିଚୟ ପ୍ରଦାନ କରିବା ପାଇଁ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜ୍ଞାନ ପାଣି ମହୋଦୟଙ୍କୁ ନିମନ୍ତ୍ରିତ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ତ୍ରିଲୋଚନ ମାଝୀ,ମୁଖ୍ୟ ସଂମ୍ମାନୀତ ଅତିଥି ଭାବେ ସହିଦ ଭଗତ ସେନାର ଆବାହକ ସିତାଂଶୁ ଶେଖର ମହାପାତ୍ର ,ମୁଖ୍ୟ ବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗ ଦେଇଥିଲେ। ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବିନାରାୟଣ ଖିଲାର, ଜ୍ଞାନ ପ୍ରକାଶ ପାଣି ,ପ୍ରିୟଦର୍ଶନୀ ବୋଇତି,ରାଜେଶ ଦାସ,ସଂଘର ସଭାପତି ମହେଶ କୁମାର ମିଶ୍ର,ସମ୍ପାଦକ ସୁଭଦୀପ ମଲ୍ଲିକ ଉପସ୍ଥିତ ରହି ସର୍ବପ୍ରଥମେ ପ୍ରଭୁ ଶ୍ରୀ ଜଗତର ନାଥ ଜଗନାଥଙ୍କ ଫଟୋରେ ଦୀପ ପ୍ରଜ୍ୱଳନ କରିଥିଲେ। ପରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରାଯାଇଥିଲା। ଅତିଥିମାନେ ସାମ୍ବାଦିକ ମାନଙ୍କ ସୁରକ୍ଷା ଉପରେ ନିଜର ବହୁ ମୂଲ୍ୟ ମନ୍ତବ୍ୟ ରଖିଥିଲେ। ତାହା ସହିତ ସମାଜରେ ହେଉଥିବା ଅନ୍ୟାୟ ଓ ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଯୁବ ସାମ୍ବାଦିକ ମାନଙ୍କୁ ଉପଦେଶ ଦେଇଥିଲେ। ସାମ୍ବାଦିକ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅବିଚାର ବିରୋଧରେ ଲଢେଇ କରି ସାମ୍ବାଦିକକୁ ତାର ମୌଳିକ ଅଧିକାର ଦେବା ସଙ୍ଗେ ସଙ୍ଗେ ସାମ୍ବାଦିକକୁ ସମାଜରେ ଉଚିତ ସମ୍ମାନ ଏବଂ ନ୍ୟାୟ ଦେବା ହିଁ ଭଦ୍ରକ ଜିଲ୍ଲା ମିଡିଆ ଆସୋସିଏସନର ମୂଳ ଲକ୍ଷ୍ୟ ଏବଂ ପ୍ରତିଶ୍ରୁତିଵଧ ବୋଲି ସଙ୍ଘର ସଭାପତି ମହେଶ କୁମାର ମିଶ୍ର ନିଜର ବକ୍ତବ୍ୟରେ କହିଥିଲେ।ଏହି ଅବସରରେ ଜିଲ୍ଲାରେ ବହୁ ବରିଷ୍ଠ ଏବଂ ଯୁବ ସାମ୍ବାଦିକ ଉପସ୍ଥିତ ଥିଲେ । ସର୍ବୋପରେ କିଛି ପ୍ରତିଭା ସମ୍ପନ ବ୍ୟକ୍ତିଙ୍କୁ ମାନପତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ମୁଖ୍ୟ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି ସଭାକାର୍ଯ୍ୟଟିକୁ ସଂଘର ସଦସ୍ୟ ପ୍ରଭାକର ନାୟକ, କେଦାର ନାଥ ତ୍ରିପାଠୀ ,ଶୁଭ୍ରକାନ୍ତ ରାଉତରାଏ,ରାଜେଶ ମହନ୍ତ, କମଳ ଲୋଚନ ପଣ୍ଡା,ସୁଜିତ ପାଣି, ଶ୍ରୀକାନ୍ତ ଦାଶ, ଅମୂଲ୍ୟ ବେହେରା ,ବିଭୁତି ଭୂଷଣ ନାୟକ,ସାହିଦ କାଦିରି, ସୁନିତା ମହନ୍ତ, ଏବଂ ସଙ୍ଘର ଅନ୍ୟ ସଦସ୍ୟଙ୍କ ସହାୟତାରେ ପରିଚାଳିତ ହୋଇଥିଲା। ଏହି ସଭାରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ସଭାକାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରାଇଥିଲେ।ଶେଷରେ ସଭାକାର୍ଯ୍ୟରେ ଉପସ୍ଥିତ ଥିବା ବ୍ୟକ୍ତିତ୍ୱଙ୍କୁ ସଂଘର ସମ୍ପାଦକ ସୁଭଦୀପ ମଲ୍ଲିକ ଧନ୍ୟବାଦ ଜଣାଇଥିଲେ। ସଙ୍ଘର ପ୍ରଥମ ବାର୍ଷିକ ଉତ୍ସବ ହେତୁ ବନ୍ତ ଛକ ଠାରେ ଦୁଃଖୀ, ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *