ଶିକ୍ଷାନୁଷ୍ଠାନର ସମସ୍ୟା ଓ ସମାଧାନ ନିମନ୍ତେ ବୈଠକ

କାମାକ୍ଷାନଗର,୨୧/୧୨/୨୧:– ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡରେ ଥିବା ବିଭିନ୍ନ ବିଦ୍ୟାଳୟ , ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଥିବା ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ନିମନ୍ତେ ଏକ ସମନ୍ବୟ ବୈଠକ ମଙ୍ଗଳବାର ମଧ୍ୟାହ୍ନରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଉପଜିଲାପାଳ ଜ୍ୟୋତିଶଂଙ୍କର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯେଉଁ ଶିକ୍ଷାନୁଷ୍ଠାନର ନିଜସ୍ବ ଜମି ନାହିଁ ତାହା କିପରି ଅନୁଷ୍ଠାନ ନାମରେ ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା।ସେଥିପାଈଁ ସମସ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀମା ଓ ମହାବିଦ୍ୟାଳୟର ଆଧକ୍ଷ ମାନେ ତୁରନ୍ତ ତ୍ରୁଣମୃଳ ସ୍ତରରୁ ତଥ୍ୟ ଯୋଗାଡ କରି ତହସିଲଦାର ମାନଙ୍କୁ ଆବେଦନ କରିବାକୁ ନିର୍ଦେଶ ଦେଇଥିଲେ।ଏଥିରେ ଖିଲାପି ହେଲେ ଅଧିକାରୀ ଦାୟୀ ରହିବେ ବୋଲି କଡା ଚେତାବନୀ ଦେଇଥିଲେ। ଏଥିସହ ଉପଜିଲ୍ଲାପାଳ ବିଭିନ୍ନ ସମସ୍ୟା ଶୁଶିଥିଲେ। ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ପ୍ରତି ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।ଏହି ବୈଠକରେ ତହସିଲଦାର ଖଗେଶ୍ବର ପାତ୍ର, ପ୍ରଭାଷ କୁମାର ବେଉରା ,ରମେଶ ଜେନା,କାମାକ୍ଷାନଗର ମହାବିଦ୍ୟାଳୟ ଅଧକ୍ଷ ମଙ୍ଗୁଳି ନାୟକ, ମଠକରଗୋଳା ଅଧକ୍ଷତା ଚିତ୍ତରଂଜନ ଦାସ, କାମାକ୍ଷାନଗର ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧକ୍ଷା ବଂନ୍ଦିତା ମହାନ୍ତିଙ୍କ ସମେତ ଉପଖଣ୍ଡରେ ଥିବା ବିିଭିନ୍ନ ମହାବିଦ୍ୟାଳୟର ଅଧକ୍ଷ, କାମାକ୍ଷାନଗର ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗବନ୍ଧୁ ଜେନାଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *