କଙ୍କଡାହାଡ଼ ଥାନା ସୁଆଗିନାଳୀ ଗାଁରେ ଚଢ଼ାଉ ଦେଶୀମଦ ସହ ସରଞ୍ଜାମ ଜବତ
କାମାକ୍ଷାନଗର,୨୧/୧୨/୨୧-:ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ସୁଆଗିନାଳୀ ଗାଁରେ ଆଜି ପୋଲିସ ,ତହସିଲ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ଦେଶୀମଦ ସହ ସରଞ୍ଜାମ ଜବତ ।ସୁଆଗିନାଳୀ ଗାଁ ଜଙ୍ଗଲରେ ମଦ ମାଫିଆ ମାନେ ଦେଶୀମଦ ରାନ୍ଧୁଥିବା ଖବର ବିଭାଗ ପାଖରେ ଥିଲା ଯାହାକୁ ନେଇ ଆଜି କଙ୍କଡାହାଡ଼ ତହସିଲଦାର ରମେଶ ଜେନା ମାଜିଷ୍ଟ୍ରେଟ ଭାବରେ ଯାଇଥିବା ବେଳେ କଙ୍କଡାହାଡ଼ ଥାନା ଅଧିକାରୀଣି ନିର୍ମଳା ଗୁଛ।ୟ।ତ ଓ ଅବକାରୀ ବିଭାଗ ତରଫରୁ ଜଙ୍ଗଲ ଭିତରେ ଚଢ଼ାଉ କରି ୨୨୦ ଲିଟର ଦେଶୀମଦ ଓ ୬୮୦୦ ଲିଟର ପୋଚ ସାଙ୍ଗକୁ ବିପୁଳ ପରିମାଣରେ ପ୍ଲାଷ୍ଟିକ ଜାର ଓ ହାଣ୍ଡି ଜବତ କରିଛନ୍ତି ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
