ଫାଶୀ ଦେଇ ମୃତ୍ୟୁ ବରଣ କଲେ ନିର୍ମଳ ପାଳ
ଭଦ୍ରକ ବ୍ଲକ୍ ଅନ୍ତର୍ଗତ ରାହଞ୍ଜ ପଞ୍ଚାୟତ ଆସୁରା ଗ୍ରାମର ନିର୍ମଳ ପାଳ ( ନେପାଳୀ ) ବୟସ ୪୦ ବାପା ଗୌରା ପାଳ ମା ସାବିତ୍ରୀ ପାଳ ଗତ ତା ୨୮/୧୨/୨୦୨୧ ରିଖ ବୁଧବାର ରାତିରେ ପୁରୀ ଯିବା ପାଇଁ ଘରେ କହି ଅସୁର ବଜାର ପାଖ ଏକ ଚାଷ ଜମି ପାଖରେ ଅଣସିରିସା ଗଛରେ କିଛି ପୋଷାକ ଗଛରେ ରଖି ଏକ ଦଉଡ଼ି ମାଧ୍ୟମରେ ଫାଶୀ ଦେଇ ମୃତ୍ୟୁ ବରଣ କରିଛନ୍ତି । ସେହି ଗ୍ରାମର ଗୌରହରି ମଲ୍ଲିକ ଚାଷ କାର୍ଯ୍ୟ ପାଇଁ ଯାଇଥିବା ସମୟ ରେ ନିର୍ମଳ ପାଳ (ନେପାଳୀ) ଙ୍କ ମୋବାଇଲ୍ ବାଜିବାରୁ ସେ ଦେଖି ଗାଁ ଲୋକ ଙ୍କୁ ଡାକି ଥିଲେ ସମସ୍ତ ଗାଁ ଆସିବା ପରେ ଭଦ୍ରକ ଗ୍ରାମ ଅଞ୍ଚଳ ଥାନ କୁ ଜଣେଇ ଥିଲେ । ଆତ୍ମାହତ୍ୟା କାରଣ ଅସ୍ପଷ୍ଟ ଥିବା ବେଳେ ଗ୍ରାମ ଅଞ୍ଚଳ ଥାନା ଅଧିକାରୀ ଏବଂ ଅଗ୍ନିଶ୍ରମ ବିଭାଗ ଆସିବା ପରେ ଶବ ଜବତ କରି ଭଦ୍ରକ ମେଡିକାଲ୍ କୁ ଶବ ବ୍ୟବଚ୍ଛଦ ପାଇଁ ପଠେଇ ଦିଆଯାଇଛି ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
