ଉର୍ଜାବାନ ଓଡିଶା ପରିବାର ତରଫରୁ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ପାଳିତ
ପୁରୀ :- ଯୁବ ସମାଜ ର ଆଦର୍ଶ, ପ୍ରେରଣାର ଉତ୍ସ ତଥା ବିଶ୍ଵ ବିଜୟୀ ସ୍ଵାମୀ ବିବେକାନନ୍ଦ ଙ୍କ 159 ତମ ଜନ୍ମ୍ ଜୟନ୍ତୀ ଉତ୍ସବ “ଉର୍ଜାବାନ ଓଡିଶା” ପରିବାର ତରଫରୁ ପାଳିତ ହୋଇଯାଇଛି ।ସଂଗଠନ ର କାର୍ଯ୍ୟକର୍ତ୍ତା ପୂର୍ବ ଦିନ ଦିଗ ବରେଣୀ ଠାରେ ଥିବା ସ୍ଵାମୀଜୀ ଙ୍କ ପ୍ରତିମୂର୍ତ୍ତୀ କୁ ସଫା କରିବା ସହ ଜୟନ୍ତୀ ପାଳନ ଅବସରରେ ମାଲ୍ୟାର୍ପଣ କରିଥିଲେ ।ସଂଗଠନ ର ସଭାପତି ଶ୍ରୀ ସନ୍ତୋଷ କୁମାର ସେନାପତି ସ୍ଵାମୀଜୀ ଙ୍କ ର ଓଜସ୍ଵିନୀ ନେତୃତ୍ବ ଓ ବ୍ୟକ୍ତିତ୍ୱ କେଉଁ ପରି ଭାବେ ବିଶ୍ଵ ପଟଳ ରେ ଭାରତ କୁ ବିଶ୍ୱଗୁରୁ ରୂପେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି, ଏହି ବିଷୟ ରେ ମତ ପୋଷଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ସଂପାଦିକା ନିହାରିକା ତ୍ରିପାଠୀ, ଜିତେନ୍ଦ୍ର ପାତ୍ର, ଆଦର୍ଶ ମିଶ୍ର, ଦେବେନ୍ଦ୍ର ସୁବୁଦ୍ଧି, ନୃସିଂହ ମହାରଣା, ଧନେଶ୍ୱର ପାତ୍ର, ଜଗନ୍ନାଥ ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।
