ତୁମେ

କରୁଣାକର ଦାସ            

ତୁମେ କିବା ସେହି ପ୍ରଣୟ ବିରହୀ
ଭଗ୍ନ କଣାରକେ ରହିଛ ଚାହିଁ
କିଏ ସେହି ତୁମ ବେଦରଦୀବନ୍ଧୁ
ସବୁ ସ୍ମୃତିରେଖା ଯାଇଛି ଡେଇଁ l
ତୁମେ କିବା ସେହି ଚନ୍ଦ୍ର ଭାନୁର
ପ୍ରେୟସୀ, ପ୍ରେମିକା, ଲବଣ୍ୟବତୀ
ସ୍ବପ୍ନମହଲ ର ସପନ ନାୟିକା
ଚପଳ ହସରେ ଚୋରା ଚଇତି ll
ତୁମେ କିବାସେହିଁ ଫଗୁଣ ସଂଜରେ
ଅସରା ପ୍ରୀତିର ଫଲଗୁ ଧାର
ଅବା ନୀଳ ତୃଷ୍ଣା ଲାବଣ୍ୟ କଳିକା
ମନ ଆକାଶ ର ମେଘ ମଲ୍ହାର lll
ତୁମେ କିବା ସେହି ରଙ୍ଗଶାଳର
ଷ ଢଶୀ, ରୁପସୀ , ନଗର ବଧୂ
ତୁମ ଇଛାମୋତେ ଢାଳି ଦେଉଥାଅ
ପ୍ରଣୟ, ପ୍ରୀତିର ସୁରତି ମଧୁ iv
ତୁମେ କିବା ସେହି ହଜିଲା ସପନ
ବିନିଦ୍ର, ରାତିର, ଆରବ ଗାଥା
ସ୍ନେହ ଅଭିମାନୀ ପୁନେଇଁ ର ଜହ୍ନ
ପୋହଳା ଦୀପର ଲବଙ୍ଗ ଲତା v
ତୁମେ କିବା ସେହି କୁରଙ୍ଗୀ ନୟନା
ଶ୍ରାବାଣୀ, ବରଷା ଅସାର ପ୍ରୀତି
ପ୍ରେମ ପରଶ ର ନୀଳ ମୌସୁମୀ
ଅଳସୀ, ଲାଜୁକୀ, ମଉନାବତୀ vi
ତୁମେ କିବା ସେହି ଝରା ଶେଫାଳୀର
ଜୋଛନା ରାତିର ଛ ନକା ଛାତି
ପ୍ରୀତି ମାଧୁରୀ ର ପ୍ରଣୟ ବଲ୍ଲବୀ
ରୂପ ରାଇଜର ଗମେଦ ମୋତି vii
ତୁମେ କିବା ସେହି ମନା ଆକାଶ ର
ମାଧବୀ, ମାଳତୀ, ବଉଳ ଫୁଲ
ତୁମେ ଦରଫୁଟା କଦମ୍ବ କଳିକା
ମୁଁ ଏକ ବିଦଗ୍ଧ ବଇଁଶୀ ସ୍ୱର viii
———-0———————-
ୱାର୍ଡ ନ -୬, ଉଦଳା, ମୟୁରଭଞ୍ଜ, ମୋ ୯୯୩୭୫୮୮୨0୨

Leave a Reply

Your email address will not be published. Required fields are marked *