ଓଜନ ଠକେଇ ଅଭିଯୋଗ ଖଜା ଦୋକାନ ରେ ଚଢ଼ାଉ

ପୁରୀ ବସ ଷ୍ଟାଣ୍ଡ ପାଖ ହରିହର ଛକ ନିକଟରେ ଗୁରୁବାର ଖଜା ଦୋକାନରେ ପୁରୀ ଜିଲ୍ଲା ଓଜନ ଓ ମାପ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢାଉ ରେ ବିଭାଗର ପୁରୀ ଜିଲ୍ଲା ର ଉପ ନିୟନ୍ତ୍ରକ ମୋନାଲିସା ରାୟ, ସହକାରୀ ନିୟନ୍ତ୍ରକ ଅକ୍ଷୟ କୁମାର ଭୋଇଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ। ଗତ ସପ୍ତାହରେ ରେ ପୁରୀ ଶ୍ରୀମନ୍ଦିର ଉତ୍ତର ଦ୍ୱାର ସମ୍ମୁଖ ରେ ଥିବା ଖଜା ଦୋକାନ ଗୁଡିକରେ ଚଢାଉ କରାଯାଇଥିଲା।

ଚଢାଉ ସମୟରେ ଓଜନ ମେସିନ୍ ର ସଠିକତା ଏବଂ ଓଜନ ସମେତ ମେସିନ ନବୀକରଣ ର ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା।ଓଜନ ରେ ଠକୁଥିବା ବା ନବୀକରଣ ନ କରିଥିବା ବ୍ୟବସାୟୀମାନଙ୍କ ନାମ ରେ ୧୦ ଟି କେସ କରାଯାଇ ୧୨୬୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ଆଗାମି ଦିନରେ ଏହି ଚଢାଉ ଅଧିକ ବ୍ୟାପକ କରାଯିବ ବୋଲି ପୁରୀ ଜିଲ୍ଲା ଉପ ନିୟନ୍ତ୍ରକ ଶ୍ରୀମତୀ ରାୟ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *