କୋଣାର୍କ ସାମ୍ବାଦିକ ମହାସଂଘ ପୁନର୍ଗଠିତ

କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ମା ଭଗବତୀ ପୀଠରେ କୋଣାର୍କ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ କୋଣାର୍କ ସାମ୍ବାଦିକ ମହାସଂଘ ପୁନର୍ଗଠିତ କରାଯାଇଛି ।ମହାସଂଘର ଆବାହକ ମାନସ ରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂଗଠନିକ ବୈଠକରେ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ବିଭିନ୍ନ ସମାସ୍ୟାର ସମାଧାନ, ସମାଜର ଅବହେଳିତ ବର୍ଗର ମୌଳିକ ସମାସ୍ୟା ଗୁଡିକ ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚାଇବା, ସାମ୍ବାଦିକ ଭବନ ନିର୍ମାଣ, ଶୃଙ୍ଖଳିତ ଓ ସଂଘବଦ୍ଧ ଭାବେ ସମ୍ମିଳିତ ହୋଇ ଲେଖନୀ ମାଧ୍ୟମରେ କୋଣାର୍କର ବିକାଶ ପାଇଁ ସ୍ବରକୁ ପ୍ରଶାସନିକ ଅଧିକାରୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ସେତୁ ଭଳି ନିରନ୍ତର ଓ ନିରବଛିନ୍ନ ଭାବରେ ନିରପେକ୍ଷ ହୋଇ କାର୍ଯ୍ୟ ଜାରି ରଖିବା ନେଇ ମହାସଂଘ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମହାସଂଘ ପକ୍ଷରୁ ବାର୍ଷିକ ଉତ୍ସବ, ଜନ କଲ୍ୟାଣ ମୂଳକ ସଚେତନତା ଓ ସାମାଜିକ କାର୍ଯ୍ୟକ୍ରମ ଏବଂ ସଂଗଠନର ସୁଦୃଢୀକରଣ କରାଯିବା ନେଇ ବୈଠକରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି। ଏହି ବୈଠକରେ ମହାସଂଘର ଉପ ଆବାହକ ସାମ୍ବାଦିକ ଭାଗୀରଥୀ ସ୍ଵାଇଁ, ସାମ୍ବାଦିକ ମନୋରଞ୍ଜନ ପଣ୍ଡା, ବିଚିତ୍ର ଓଝା, ଆଶିଷ ରଞ୍ଜନ ମିଶ୍ର, ପ୍ରତାପ କାଣ୍ଡି, ଜ୍ୟୋତିରାଜ ମହାନ୍ତି, ସ୍ବାଧୀନ ନାୟକ, ଦେବୀ ପ୍ରସାଦ ନାୟକ, ଜ୍ୟୋତି ପ୍ରକାଶ ଦାଶ, ପ୍ରକାଶ କାଣ୍ଡି, ଅରୁଣ କୁମାର ବିଶ୍ବାଳ, ପ୍ରମୋଦ ଗୋଛାୟତ, ସନ୍ତୋଷ ଗୋଛାୟତ, ଜ୍ଞାନ ରଞ୍ଜନ ବିଶ୍ଵାଳ, ଅଭୟ ନାୟକ, ପ୍ରଦୀପ କୁମାର ଛାଟୋଇ, ଦେବ ଶକ୍ତି ନାୟକ, ଅରୁନାଭ କର, ରୋଜାଲିନ ପ୍ରଧାନ, ନିରଞ୍ଜନ ତ୍ରିପାଠୀ, ଗଣେଶ ଚନ୍ଦ୍ର ବେହେରା, ପ୍ରଦୀପ୍ତ ଚାନ୍ଦ, ହାପି ପାତ୍ର, ଆନନ୍ଦ କୁମାର ଜେନା, ଗୋପବନ୍ଧୁ ପତି ଓ ସନ୍ତୋଷ ଦାସ ସମେତ ୩୨ରୁ ଉର୍ଦ୍ଧ୍ବ ସାମ୍ବାଦିକ ଉପସ୍ଥିତ ରହି ମହାସଂଘର ସୁଦୃଢ ଉପରେ ମତାମତ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ କୋଣାର୍କ ସାମ୍ବାଦିକ ମହାସଂଘ ସମାଜର ଅସହାୟ ଓ ଅନଗ୍ରସର ଶ୍ରେଣୀର ଲୋକମାନଙ୍କ ନାର୍ଯ୍ଯ ଦାବି ପ୍ରଦାନ ଓ କୋଣାର୍କ ଅଞ୍ଚଳର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଲେଖନୀ ମାଧ୍ୟମରେ ସ୍ବରକୁ ଶାଣିତ କରିବା ଦିଗରେ କାର୍ଯ୍ୟ କରିବ ବୋଲି ଉପସ୍ଥିତ ସାମ୍ବାଦିକମାନେ ମା ଭଗବତୀ ପୀଠରେ ସାମୁହିକ ଶପଥପାଠ କରିଥିଲେ।

Leave a Reply

Your email address will not be published. Required fields are marked *