ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

କାମାକ୍ଷାନଗର– ଢେଙ୍କାନାଳ ଜିଲ୍ଲାର କାମାକ୍ଷାନାଗର ଥାନା ଅନ୍ତର୍ଗତ ବେଲବସନ୍ତ ଗ୍ରାମଠାରେ ସନ୍ଧ୍ୟାରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ଭାବେ ଆହତ ହୋଇ ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତିହୋଇଥିଲେ ଗୁରୁତର ହେଲେ ବେଲବସନ୍ତ ଗ୍ରାମର ଭିକୁ ହାଁସଦା। ଭିକୁ ନିଜ ଘରକୁ ଏକ ବାଇକ ରେ ଯାଉଥିବା ସମୟରେ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା। ଗ୍ରାମବାସୀମାନେ ତାଙ୍କୁ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ଥିବାରୁ ଡ଼ାକ୍ତର ତାଙ୍କୁ ମୁଖ୍ୟଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଛନ୍ତି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *