ଯୁବ ମହୋତ୍ସବ ମହକ

ଦଶପଲ୍ଲା,୧୩/୧– ନୟାଗଡ ଜିଲ୍ଲାଦଶପଲ୍ଲା ସ୍ଥିତ ସୀତାରାମ ୟୁଥ୍ କ୍ଳବ୍ ପକ୍ଷରୁ ଆୟୋଜିତ ଯୁବ ମହୋତ୍ସବ ମହକ ଅନୁଷ୍ଠିତ ହୋଇଯାଇଛି। ପାଗର ପ୍ରତିକୂଳ ପରିବେଶ ଥିବା ସମୟରେ ମଧ୍ୟ ନିର୍ଦ୍ଧାରିତ କାର୍ଯ୍ୟ ଅନୁଯାୟୀ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମହକ ପତାକା ଉତ୍ତୋଳନ କରିସାରିବା ପରେ ସ୍ଵାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ଉଦଘାଟନ କରାଯାଇଥିଲା। ଏହି ଉପଲକ୍ଷେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଆୟୋଜନରେ ମୋଟ ୨୩ଜଣ ରକ୍ତଦାନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ତହସିଲ ଦାର ଅର୍ଜୁନ ପ୍ରଧାନ, ବିଶିଷ୍ଟ ଅତିଥି ଭାବେ ଏନ ଏ ସି କାର୍ଯ୍ଯ ନିର୍ବାହୀ ଅଧିକାରୀ ଦେବବ୍ରତ କର, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, ପ୍ରାକ୍ତନ ନୌସେନା ଅଧିକାରୀ ବିଶ୍ବଭୂଷଣ ଜେନା, ବ୍ଲକ ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ ଓ ମୁଖ୍ୟ ବକ୍ତା ଭାବେ ନୟାଗଡ଼ କଲେଜ ର ଅଧ୍ୟାପକ ବାନାମ୍ବର ପୃଷ୍ଟି ଯୋଗ ଦେଇଥିଲେ। ଏହି ଅବସରରେ ହାଡିବନ୍ଧୁ ମହାକୁଡ ଙ୍କ ମାସିକ ସାହିତ୍ୟ ପତ୍ରିକା “ଅକ୍ଷ”ଉନ୍ମୋଚନ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସୁଜିତ୍ କୁମାର ପ୍ରଧାନ ଓ ସମ୍ପାଦକ ମନୋରଞ୍ଜନ ସାହୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *