ଅବକାରୀ ବିଭାଗ କୁ ମିଳିଛି ବଡ଼ ସଫଳତା ୧୦ ଚକିଆ ଟ୍ରକ ସହ ୫୨୦ କିଲୋ ଗଞ୍ଜେଇ ଜବତ ଦୁଇ ଗିରଫ l

ଅବକାରୀ ବିଭାଗ କୁ ମିଳିଛି ବଡ଼ ସଫଳତା ୧୦ ଚକିଆ ଟ୍ରକ ସହ ୫୨୦ କିଲୋ ଗଞ୍ଜେଇ ଜବତ ଦୁଇ ଗିରଫ l ଗଞ୍ଜାମ ଜିଲ୍ଲା ସୋରଡ଼ା ଅବକାରୀ ବିଭାଗ ଆସିକା ରେଞ୍ଜ ଧରାକୋଟ ବ୍ଲକ ଜି.ଦାମଦର ପଲ୍ଲୀ ଠାରୁ ୧୦ ଚକିଆ ଟ୍ରକ ସହ ୫ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇ ଜବତ ଦୁଇ ଗିରଫ କରିଛି ଅବକାରୀ ବିଭାଗ l ଗିରଫ ଅଭିଯୁକ୍ତ ହେଲେ ମାଣିକପୁର ଗ୍ରାମର ତପନ ଭୁଆଁ, ହାଡ଼ିଚିରା ଗ୍ରାମର ଆକୁଳ ବିଷୋୟୀ l ସୂଚନା ଅନୁସାରେ ଗୋଟିଏ ଦଶ ଚକିଆ ଟ୍ରକରେ ମୋହନା ଠାରୁ ମହାରାଷ୍ଟ୍ରର ନାଗପୁର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଆସିକା ରେଞ୍ଜ ନିରୀକ୍ଷକ ଡମ୍ବୁରଧର ହରିଜନଙ୍କ ନେତୃତ୍ୱରେ ସୋରଡା ଅବକାରୀ ଅଧିକାରିଣୀ ଦେବସ୍ମିତା ନାୟକ ଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଧରାକୋଟ ବ୍ଲକ ଜି.ଦାମଦର ପଲ୍ଲୀ ଠାରେ ଟ୍ରକକୁ ଅଟକାଇବା ସହ ଟ୍ରକଟିକୁ ଯାଞ୍ଚ କରିବା ସମୟରେ ସେହି ଟ୍ରକରୁ ଏକ ଗୁପ୍ତ କୋଠରୀ ଭିତରୁ ରୁ ୫୨୦ କିଲୋ ଗଞ୍ଜେଇ ବାହାରିଥିଲା l ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ସମ୍ପୁକ୍ତ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିଥିଲା ଅବକାରୀ ପୋଲିସ l ଜବତ ଗଞ୍ଜେଇର ମୂଲ୍ୟ ୫୨ ଲକ୍ଷ ଟଙ୍କା ହୋଇଥିବା ବେଳେ ଜବତ ହୋଇଥିବା ଟ୍ରକର ମୂଲ୍ୟ ୨୫ ପଚିଶ ଲକ୍ଷ ଟଙ୍କା ବୋଲି ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ତେବେ ଗଞ୍ଜେଇ ଚୋରାଚାଲାଣରେ ଦୁଇ ଅଭଯୁକ୍ତଙ୍କୁ ଆଜି ଆଜି କୋର୍ଟ ଚାଲାଣ କରିବାର ସୂଚନା ଦେଇଛନ୍ତି l

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *