ନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ରେ କ୍ୟାରିଅର କାଉନସିଲିଙ୍ଗ କାର୍ଯ୍ୟକ୍ରମ l
ଆଜି ଅପରାହ୍ନ ରେ ନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଅନର୍ଗତ କ୍ୟାରିଅର କାଉନସିଲିଂ, ଯଥା ବୃତ୍ତିଗତ ପରାମର୍ଶ, ଦକ୍ଷତା ବିକାଶ, ବ୍ୟକ୍ତିତ୍ୱର ବିକାଶ,ଭାବନା ତ୍ମକ ମlନସିକ ସଶକ୍ତିରଣ କାର୍ଯ୍ୟକ୍ରମ ଅଧ୍ୟକ୍ଷl ତଥା କାର୍ଯ୍ୟକ୍ରମ ସଂଯୋଜିକା ଡ଼. ମୀରାରାଣୀ ଖଣ୍ଡୁଆଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି l ସେ ପ୍ରାରମ୍ଭରେ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ର ରୂପରେଖ ସମ୍ପର୍କ ରେ ଆଲୋକ ପlତକରି ଦକ୍ଷତାକୁ ଉପଯୁକ୍ତ ବିନିଯୋଗ କରି ଛାତ୍ରୀମାନେ କର୍ମଯିଵୀ ହୋଇପାରିବେ ବୋଲି ମତ ବ୍ୟକ୍ତ କହିଥିଲେl ମୁଖ୍ୟ ଅତିଥି ରୁପେ ସ୍ନାତ୍ତକ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ତଥା ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ଼.ବଳରାମ ଦାଶ ଯୋଗଦେଇ କହିଲେ, ମେଧାବୀ ଛାତ୍ରୀ ମାନେ କର୍ମ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରି ବ୍ୟକ୍ତିତ୍ୱର ବିକାଶ କରିପାରିବେ l ବୃତ୍ତିଗତ ପରାମର୍ଶ କାର୍ଯ୍ୟକ୍ରମରେ ଭାବନା ତ୍ମକ ଭାବରେ ମାନସିକ ସ୍ତରରେ ସୁଦୃଢ ହେଲେ ଛାତ୍ରୀ ସଶକ୍ତି କରଣ ସମ୍ଭବ ହୋଇ ପାରିବ l ସଂରକ୍ଷଣ ଠାରୁ ଦୁରେଇ ରହିବା ଆବଶ୍ୟକ l ମୁଖ୍ୟ ବକ୍ତା ରୁପେ ଅଧ୍ୟାପିକା ସ୍ୱାମୀନୀ ମୋକ୍ଷ ସ୍ୱରୂପାନନ୍ଦ ସରସ୍ବତୀ ଯୋଗ ଦେଇ ପୁରାଣ ଓ ଇତିହlସ ଓ ଆଧ୍ୟାତ୍ମିକ ଶକ୍ତିର ଗୁଣଗାନ କରି ଥିଲେ lଛାତ୍ରୀମାନେ ଶକ୍ତି ସ୍ୱରୂପିଣୀ ଶକ୍ତିର ଆଧାର l ପ୍ରତ୍ୟେକ ବୃତ୍ତିରେ ସେମାନେ ଯୋଗ ଦାନ କରିବl ଅlବଶ୍ୟକ l ଛାତ୍ରୀ ମାନେ ମାନସିକ ସ୍ତରରେ ଆଚାରଣ, ଉଚ୍ଚାରଣ ଓ ସଂସ୍କୃତି ପରମ୍ପରା କୁ ନେଇ ଆଧୁନିକସମାଜରେ ସଶକ୍ତ ହେବlଉଚିତବୋଲି ମାତାବ୍ୟକ୍ତ କରିଥିଲେ lସମ୍ମାନିତ ଅତିଥି ରୁପେ ଡ଼ ଶଶୀକାନ୍ତ ରଥ, କୃତି ଶିକ୍ଷୟିତ୍ରୀ ପୁଷ୍ପିତl ପଟ୍ଟନାୟକ ଯୋଗଦେଇ ଛାତ୍ରୀ ମାନେ ସତକର୍ମ କରି ଦକ୍ଷତାର ସହ କର୍ମ କ୍ଷେତ୍ରରେ କାର୍ଯ୍ୟ କରିଲେ ବ୍ୟକ୍ତି ତ୍ୱର ବିକାଶ ସହ ନାରୀ ସମାଜ ସଶକ୍ତ ହେବାସହ ଦେଶର ବିକାଶ ହୋଇ ପାରିବ ବୋଲି ମତାମତ ପ୍ରଦାନ କରିଥିଲେ l ଡ଼ ଖଣ୍ଡୁଆଳ ଧନ୍ୟବାଦ ପ୍ରଦାନ କରିଥିଲେ l
