ନଦୀ ରେ ଗେଟ ସଫା କରୁଥିବା ବେଳେ ଜଳ ଯୋଗାଣ କର୍ମଚାରୀ ନିଖୋଜ ପାଞ୍ଚ ଘଣ୍ଟା ର ସର୍ଚ୍ଚ ଅପରେସନ ପରେ ମିଳିଲା ମୃତ ଦେହ

କାମାକ୍ଷାନଗରDate-22/7/25ଆଙ୍କର- କାମାକ୍ଷାନଗର ସହର ନିକଟ ବର୍ତ୍ତି ରେକୁଳା ରାମିଆଳ ନଦୀ ରେ ବୁଡି ଯୁବକ ନିଖୋଜ l ନିଖୋଜ ଯୁବକ ଜଣକ ହେଲେ ରେକୁଳା ଗ୍ରାମର ପ୍ରଦୀପ୍ତ ବେହେରା l ସୂଚନା ଅନୁସାରେ ପ୍ରଦୀପ୍ତ ଜଳଯୋଗାଣ ବିଭାଗ ରେ କାର୍ଯ୍ୟ କରୁଥିବା ବେଳେ ଆଜି ନଦୀ ରେ ଥିବା ଜଳନିୟନ୍ତ୍ରଣ ଗେଟ କୁ ସଫା କରିବାକୁ ଯାଇଥିଲେ l ଗେଟ ସଫା କରୁଥିବା ବେଳେ ଅସାବଧାନତା ବଶତଃ ପ୍ରଦୀପ୍ତ ଙ୍କ ଗୋଡ଼ ନଦୀ ରେ ଖସି ଯାଇଥିବା ବେଳେ ସେ ନଦୀ ରେ ବୁଡି ଯାଇଥିଲେ l ଏହାଦେଖି ନିକଟରେ ଥିବା କିଛି କର୍ମଚାରୀ ଓ ସ୍ଥାନୀୟ ଲୋକ ତୁରନ୍ତ ତାଙ୍କୁ ଖୋଜାଖୋଜି କରିବା ସହ କାମାକ୍ଷାନଗର ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ, ଢେଙ୍କାନାଳ ଅଗ୍ନିଶମ ବାହିନୀ, ଓ ଓଡ୍ରାଫ ର ଏକ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ l ଦୀର୍ଘ ପାଞ୍ଚ ଘଣ୍ଟା ଧରି ସର୍ଚ୍ଚ ଅପରେସନ କରିବା ପରେ ପ୍ରଦୀପ୍ତ ଙ୍କୁ ଠାବ କରିବାରେ ସକ୍ଷମ ହୋଇଥିଲେ ଉଦ୍ଧାରକାରୀ ଦଳ l ଉଦ୍ଧାର କରିବା ପରେ ପ୍ରଦୀପ୍ତ ଙ୍କୁ ତୁରନ୍ତ କାମାକ୍ଷା ନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପ୍ରଦୀପ୍ତ ଙ୍କ ଅକାଳ ବିୟୋଗ ରେ କାମାକ୍ଷା ନଗର ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ କାମାକ୍ଷା ନଗର ସହର ଓ ଆଖ ପାଖରେ ଶୋକ ର ଛାୟା ଖେଳିଯାଇଛି l

Leave a Reply

Your email address will not be published. Required fields are marked *