ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତର୍ତ୍ତଙ୍ଗ ପଂଚାୟତ ଠାରେ ମାଆ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତର୍ତ୍ତଙ୍ଗ ପଂଚାୟତ ଠାରେ ମାଆ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସଙ୍କ ସହ ରାଜେନ୍ଦ୍ର କୁମାର ସାମନ୍ତରାୟ, ଭାରତୀୟ ମଜଦୁର ସଙ୍ଘ ସଭାପତି ଅକ୍ଷୟ କୁମାର ଦାସ, ଓଡ଼ିଶା ଜୀବିକା ସଂଘର ରାଜ୍ୟ ତଥା ଜିଲ୍ଲା ସଭାପତି ଯୋଗମାୟା ନନ୍ଦ, ସ୍ଥାନୀୟ ସରପଞ୍ଚ ଙ୍କ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ପଂଚାୟତ କର୍ଯ୍ୟାଳୟ ସଭାଗୃହ ଠାରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ଥିଲେ । ପରେ ବିଦ୍ୟାଳୟ ଓ ଅନ୍ୟ ଅତିଥି ମାନଙ୍କ ଦ୍ୱାରା ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା । ତେବେ ମାଆ ପାଇଁ ଗଛ ଟିଏ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଙ୍କୁ ସଚେତନ କରାଯାଇଛି ।
