ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସୌମ୍ୟାଶ୍ରୀ ଙ୍କ ଏକାଦଶାହ ରେ ନିରବ ପାର୍ଥନା ଓ ଦୀପଦାନ

ରାଜ୍ୟରେ ବିଜେପି ଦଳ କ୍ଷମତାସୀନ ହେବାପରେ ନାରୀ ଦୁଷ୍କର୍ମ, ବାଳିକା ଅପହରଣ ଓ ଅତ୍ୟାଚାର ସମସ୍ତ ସୀମା ଅତିକ୍ରମ କରିଛି ଏବଂ ଏହି ଧାରା ଏବେବି ଜାରି ରହିଛି । କଂଗ୍ରେସ ଦଳ ସର୍ବଦା ନାରୀନ୍ୟାୟ ପାଇଁ ତା’ର ଉଦ୍ୟମ ଅବ୍ୟାହତ ରଖିଛି । ଏଥିପାଇଁ ସଂସଦରୁ ସଡ଼କ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରିଆସୁଅଛି । ସବୁଠାରୁ ସ୍ପର୍ଶକାତର ଏବଂ ନିନ୍ଦନୀୟ ଘଟଣା ହେଉଛି ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ । ନ୍ୟାୟ ପାଇବାରେ ବିଫଳ ହୋଇ ଶେଷରେ ଆତ୍ମହତ୍ୟା କରିବା ସରକାରଙ୍କର ସମସ୍ତ ବିଫଳତାକୁ ପଦାରେ ପକାଇଛି । ଏ ସମ୍ପର୍କରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ୨୪ ତାରିଖ ଗୁରୁବାର ଦିନ ଦିବଂଗତ ଏଫଏମ କଲେଜ ଛାତ୍ରୀଙ୍କ ଏକାଦଶାହ ଦିନ ତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏବଂ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ସକାଳ ୯ ଘଂଟା ସମୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା ଓ ଦୀପଦାନ କରିବାପାଇଁ ନିଷ୍ପତ୍ତି ଅନୁଯାଇ।

ଏଫଏମ ପୀଡ଼ିତାକୁ ନ୍ୟାୟ ଦାବିରେ ଏବଂ ବଳଙ୍ଗା ଛାତ୍ରୀର ଆଶୁଆରୋଗ୍ୟ କାମନାପାଇଁ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକ ଙ୍କ ନେତୃତ୍ୱରେ ନୟାଗଡ ଦକ୍ଷିଣକାଳୀ ମନ୍ଦିର ସମ୍ମୁଖ, ନୟାଗଡ଼ ମହିଳା କଲେଜ,ସ୍କୁଲ ରେ ଥିବା ଛାତ୍ରଛାତ୍ରୀ ଓ କଂଗ୍ରେସ କାର୍ଯ୍ୟକର୍ତା ମାନଙ୍କ ଦ୍ୱାରା ଆଜି ସକାଳେ ସମୟରେ ୧ ମିନିଟ ନୀରବ ପ୍ରାର୍ଥନା ଓ ଦୀପଦାନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ସ୍କୁଲ, କଲେଜ,ସର୍ବସାଧାରଣ ଜାଗା, ସରକାରୀ ଅଫିସ, ସାଧାରଣ ଜନତା ତାଙ୍କ ନିଜ ଘରେ ଓ ମନ୍ଦିର ସମ୍ମୁଖରେ ନିରବ ପାର୍ଥନା ଓ ଦୀପଦାନ କାର୍ଯ୍ୟକ୍ରମ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ କାର୍ଯ୍ୟକର୍ତା ପୂର୍ବତନ ଜିଲ୍ଲା ସଭାପତି ରଂଜିତ ଦାଶ, ପିସିସି ସଭ୍ୟ ହୁସେନ ଖାଁ, ବରିଷ୍ଟ କଂଗ୍ରେସ ନେତା ମନୋଜ ସାହୁ, ଉମେଶ ପଟ୍ଟନାୟକ, ବାଳକୃଷ୍ଣ ଷଡ଼ଙ୍ଗୀ, ମିର ଅବୁବକର ସିଦିକି, ପ୍ରକାଶ ଚନ୍ଦ୍ର ନାୟକ, ପୂର୍ବତନ ଛାତ୍ର କଂଗ୍ରେସ ରାଜ୍ୟ ସମ୍ପାଦକ ଅନିଲ ଛୁଆଲସିଂହ, ଜିତେନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ନାୟକ,ନବକିଶୋର ସାଠୁଆ, ଅନ୍ତର୍ଯ୍ୟାମୀ ସାହୁ, ପ୍ରଦୁମ୍ନ ସାହୁ, ଉପେନ୍ଦ୍ର ମୁଦୁଲି, ପ୍ରଫୁଲ୍ଲ ବିଶ୍ଵାଳ, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ,କଲେଜ ଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ ଦିବଂଗତ ଛାତ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ lସତ୍ୟବ୍ରତ ନାୟକ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି l

Leave a Reply

Your email address will not be published. Required fields are marked *