୩ ଥର ଆବେଦନ ସତ୍ତ୍ୱେ ମହିଳାଙ୍କୁ ମିଳୁନି ବିଧବା ଭତ୍ତା।

ରଘୁନାଥପୁର:-ସରକାର ଅସହାୟ ତଥା ବେସାହାରା ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା ଜରିଆରେ ସହାୟତାର ହାତ ବଢାଇଛନ୍ତି।ଏହାସତ୍ତ୍ୱେ ମଧ୍ୟ ୩ ବର୍ଷ ତଳୁ ୩ ଥର ଆବେଦନ କରି ଜନୈକ ବିଧବା ମହିଳା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି।ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ତାରପୁର ପଞ୍ଚାୟତ ହରିଶପୁର ଗ୍ରାମର ବନଲତା ମହାନ୍ତିଙ୍କୁ କ୍ଷେତ୍ରରେ।ଗତ ୨୦୨୧ ଡିସେମ୍ବରରେ ବନଲତାଙ୍କ ସ୍ଵାମୀଙ୍କ ମୃତ୍ୟୁ ଘଟିଥିଲା।ପରିବାରର ଆର୍ଥିକବସ୍ଥା ସ୍ୱଚ୍ଛଳ ନଥିବାରୁ ବନଲତା ତାଙ୍କର ଏକମାତ୍ର ପୁଅକୁ ନେଇ ବହୁ ଦୁଃଖକଷ୍ଟରେ ଚଳୁଛନ୍ତି।ଏହା ମଧ୍ୟରେ ଅନଲାଇନରେ ଭତ୍ତାଟିଏ ପାଇଁ ଆବେଦନ କରି ପ୍ରଥମ ଥର ନିରାଶ ହେବା ପରେ ଦ୍ୱିତୀୟ ଥର ପୂନ ଆବେଦନ କରିଥିଲେ। କୌଣସି କାରଣରୁ ଏହା ରିଜେକ୍ଟ ହୋଇଯିବାରୁ ଗତ ମେ ମାସରେ ତୃତୀୟ ଥର ପାଇଁ ଆବେଦନ କରିଛନ୍ତି।ବନଲତାଙ୍କ ପଛରେ ଆବେଦନ କରି ଅନେକ ବ୍ୟକ୍ତି ଭତ୍ତା ପାଇସାରିଥିବାବେଲେ ପ୍ରସାଶନିକ ଅବହେଳା ଯୋଗୁଁ ତାଙ୍କୁ ଭତ୍ତା ମିଳିପାରୁ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।ଦାୟୀତ୍ୱରେ ଥିବା ବିଏସଏସଓ କାଜଲ କୁମାର ସାହୁଙ୍କୁ ଏ ସମ୍ପର୍କରେ ପଚାରିବାରୁ ବନଲତାଙ୍କ ସ୍ଵାମୀଙ୍କ ଡେଥ ସାର୍ଟିଫିକେଟ ଭଲଭାବେ ଦୃଶ୍ୟମାନ ହେଉନଥିବାରୁ ଏହା ରିଜେକ୍ଟେ ହୋଇଥିବାର ପ୍ରକାଶ କରିଥିଲେ।ଏହାଛଡା ତୃତୀୟ ଥର ଆବେଦନ ଠିକଥିବା ଏବଂ ଆସନ୍ତା ଏକମାସ ମଧ୍ୟରେ ଭତ୍ତା ମିଳିଯିବ ବୋଲି ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *