ଓକିଲ ସଂଘ ସତ୍ୟାଗ୍ରହ ରେ ରାଜ୍ଯ ଆଇନଜୀବି ପରିଷଦଫ୍ୟାକ୍ଟ ଫାଇଣ୍ଡିଁ ଟିମ

ପୁରୀ ଅଦାଲତ ସ୍ଥାନାନ୍ତର ପ୍ରସ୍ତାବ କୁ ବିରୋଧ କରି ପୂରୀ ଓକିଲ ସଂଘ ଚାଲୁ ରଖିଥିବା l ୧୫୦ଦିନଧରି ସତ୍ୟାଗ୍ରହ କୁ   ବାର କାଉନସିଲ୍ ର ଚେୟାରମେନ ମାନ୍ୟବର  ସିତାଂଶୁ ମୋହନ ଦ୍ବିବେଦୀ  ଙ୍କ ନେତୃତ୍ବ ରେ ଏକ ୧୨ଜଣିଆ ଫ୍ୟାକ୍ଟ ଫାଇଣ୍ଡି ଟିମ ଆଜି ଆସି ସତ୍ୟଗ୍ରହି ମାନଙ୍କୁ ଶୁଭେଛା ଓ ସମର୍ଥନ କରି କହିଲେ ଯେ କଚେରୀ ଠାରୁ କୋର୍ଟ କୁ ଅଲଗା କରିବା ବିଚାର ଓ ନ୍ୟାୟ ର ପରିପନ୍ଥୀ। କୌଣସି କାରଣ ନଥାଇ ଓକିଲ ଙ୍କ ସହ କିମ୍ଵା ବାର ସହ ଆଲୋଚନା ନ କରି ଏକ ପାଖିଆ ନିଷ୍ପତ୍ତି ଓକିଲ ଙ୍କ ପାଇଁ ଅପମାନ। ବର୍ତ୍ତମାନ କୋର୍ଟ ସ୍ଥାନରେ ଆବଶ୍ୟକୀୟ ସ୍ଥାନ ଥିବା ବେଳେ ତିନିଟି ସରକାରୀ ଅଫିସ ମିଶାଇ ଲେ ଏହି ସ୍ଥାନରେ କୋର୍ଟ କମ୍ପ୍ଲେକ୍ସ ହୋଇ ପାରିବ। ପୁରୀ ରେ ଯେଉଁ ଜାଗାକୁ ନେବା ପାଇଁ ନିଷ୍ପତ୍ତି କରିଛନ୍ତି ତାହା କଟକଣା ଥିବା ସତ୍ତ୍ବେ କିପରି ସ୍ଥାନାନ୍ତର କରିବେ ଓ କାହିଁକି କରିବେ। ଏହି ଟିମ୍ ରେ ମନ୍ୟବର ବାର୍ କାଉନସିଲ୍ ସଦସ୍ୟ ପିତବାସ ପଣ୍ଡା, ବିଭୁ ପ୍ରସାଦ ଦାସ, ଅକ୍ଷୟ କୁମାର ପତି,ଆରୁପନନ୍ଦ୍ ଦାସ, ସଂଜିତ୍ କୁମାର୍ ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ପଟେଲ, ବିଭୁ ପ୍ରସାଦ ତ୍ରୀପାଠୀ, ଜ୍ଞାନ ରଂଜନ ମହାନ୍ତି, ଅକ୍ଷୟ କୁମାର ସାମନ୍ତରା, ତପନ୍ କୁମାର୍ ବିଶ୍ବାଳ ଗିରିଧାରୀ ମହାପାତ୍ର ଆସି କୋର୍ଟ ସ୍ଥଳ, ତିନିଟି ଅଫିସ ର ସ୍ଥାନ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ। ଏହି ପ୍ରସଙ୍ଗ ରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ମୂଖ୍ୟ ବିଚାରପତି ଙ୍କ ସମେତ ଓଡିଶା ର ମୂଖ୍ୟ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଆଇନିମନ୍ତ୍ରି ଙ୍କୁ ଦେଖା କରି ତାଙ୍କ ରିପୋର୍ଟ ଦେବେ ବୋଲି କହିଛନ୍ତ ଆଲିଆନେଶନ କେସ ଦ୍ୱାରା ପ୍ରସ୍ତାବିତ ସ୍ଥାନ କୁ ନାପସନ୍ଦ କରିଥିଲେ ।ସତ୍ୟାଗ୍ରହ ଚାଲିବ ଯେଉଁ ପର୍ୟ୍ୟନ୍ତ ଓକିଲ ଙ୍କ ଦାବୀ ପୁରଣ ନ ହୋଇଛିବୋଲି ସଭାପତି ପ୍ରେମାନନ୍ଦ ମହାନ୍ତି ଓ ସଧାରଣ ସଂପାଦକ ଶରତ କୁମାର ରାୟଗୁରୁ, ସମିର ଘୋଷ, କର୍ଣ୍ଣ ବିର ମହାପାତ୍ର,, ଅନିଲ ସାହୁ, ମନୋରଂଜନ ଦାସ ସୋମନାଥ ଦାସ, ସାରଦା ସାମଲ। ବରିଷ୍ଟ ଓକିଲ ଜୟଦେବ ମିଶ୍ର, ଆଦିତ୍ୟ ମିଶ୍ର,  ରୁଦ୍ର ନନ୍ଦନ ମିଶ୍ର ପୁଷ୍କର ମହାପାତ୍ର, ଜ୍ୟୋତି ପ୍ରକାଶ ମିଶ୍ର, ଶତାଧିକ ଓକିଲ ଉପସ୍ଥିତ ଥିଲେ।  ।SARAT KUMAR   RAYAGURU,SECRETAR

Leave a Reply

Your email address will not be published. Required fields are marked *