ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କାର୍ଗିଲ ବୀର ସହିଦ୍ ଶ୍ରୀନିବାସ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କାର୍ଗିଲ ବୀର ସହିଦ୍ ଶ୍ରୀନିବାସ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି।
ବ୍ରହ୍ମପୁର – କାର୍ଗିଲ ବିଜୟ ଦିବସ ଅବସରରେ ଦେଶର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ପ୍ରାଣବଳି ଦେଇଥିବା ବୀର ଯବାନଙ୍କ ପ୍ରତି ସାରା ଦେଶ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ତ୍ୟାଗ, ବଳିଦାନ, ସାହସ ଓ ସୌର୍ଯ୍ୟର ଗୁଣ ଗାନ କରୁଛି। ଏହି ଅବସରରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସହର ତଳି ଅଞ୍ଚଳ ଜଗଦଳପୁର ଗ୍ରାମରେ ଜନ୍ମିତ ବୀର ସୁପୁତ ତଥା କାରଗିଲ ଯୁଦ୍ଧରେ ସହିଦ୍ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କର ଅସୀମ ସାହାସ, ଦେଶ ପ୍ରୀତି,ତ୍ୟାଗ ଓ ବଳିଦାନର ସ୍ମୃତି ଚାରଣ କରାଯାଇଥିଲା। ଏହି ଅବସରରେ ସହିଦ୍ ଶ୍ରୀନିବାସ ଅମର ରହେ, ଭାରତ ମାତା କି ଜୟ ଓ ବନ୍ଦେ ମାତରଂ ପ୍ରଭୃତି ସ୍ଳୋଗାନରେ ଗଗନ ପ୍ରକମ୍ପିତ ହୋଇଥଲା। ସହିଦ୍ ଶ୍ରୀନିବାସ ପାତ୍ରଙ୍କ ମାତୃଭୂମି ପ୍ରତି ନିଃସ୍ଵାର୍ଥପର ବଳିଦାନର ସ୍ଵୀକୃତି ସ୍ୱରୂପ ରେଡିଓ ଷ୍ଟେସନ ଠାରୁ ତାଙ୍କ ଗ୍ରାମ ଜଗଦଳପୁର ପର୍ଯ୍ୟନ୍ତ ସଂଯୋଗ ଥିବା ମୂଖ୍ୟ ରାସ୍ତାକୁ ସହିଦ୍ ଶ୍ରୀନିବାସ ମାର୍ଗ ରୂପେ ବିଦ୍ଧିବଦ୍ଧ ଭାବେ ଘୋଷଣା କରିବା କରିବା ନିମନ୍ତେ କମିଟି ତରଫରୁ ଦାବୀ କରାଯାଇ ଆସୁଥିଲେ ମଧ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେଇ ପଦକ୍ଷେପ ନେବା ବଦଳରେ କେବଳ ଏହି ଦିବସ ଆସିଲେ ପ୍ରତିଶ୍ରୁତି ଦେଇ ଭୁଲି ଯାଉ ଥିବାରୁ କମିଟି ଉଦବେଗ ପ୍ରକାଶ କରିଛି। ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଦେଶ ପ୍ରେମ ଓ ମାତୃଭୂମି ପ୍ରତି ନିଜ ଜୀବନକୁ ଉତ୍ସର୍ଗ କରିଥିବା ଏହି ସହିଦ୍ ମାନଙ୍କ ବିଷୟରେ ପର ପିଢ଼ିଙ୍କ ଜ୍ଞାତ ନିମନ୍ତେ ସେମାନଙ୍କ ବାବଦରେ ପାଠ୍ୟ ପୁସ୍ତକରେ ସ୍ଥାନ ଦିଆଯାଉ ବୋଲି କମିଟି ସଭାପତି କହିଥିଲେ।ଏହି ଅବସରରେ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ, ଉପ ସଭାପତି ଦେବୀ ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ଟି ସୁଦେଶ ପାତ୍ର,କାର୍ଯ୍ୟାଳୟ ସଂପାଦକ ଦିଗାମ୍ବର ସାମନ୍ତରାୟ, ସହ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ,କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର, ସଂଯୋଜକ ସି ଏଚ ରାମ କୃଷ୍ଣ ଦାସ , ଉପଦେଷ୍ଟା ହରିହର ନାୟକ ପ୍ରମୁଖଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
ସଞ୍ଜୀବ କୁମାର ପଟ୍ଟନାୟକ,
ସଭାପତି।
