ସ୍ନାନମଣ୍ଡପରୁ ନୀଳାଦ୍ରିବିଜେ ପୁସ୍ତକ ଉନ୍ମୋଚିତ

ପୁରୀ: ୨୬/୭: ଆଜି ଅପରାହ୍ନରେ ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାଗୃହରେ ପ୍ରିୟପତ୍ର ଏବଂ ଅନୁରାଗ ସାହିତ୍ୟ ସଂଗୋଷ୍ଠୀ ମିଳିତ ଆୟୋଜନରେ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ରଙ୍କ ରଚିତ ‘ ସ୍ନାନ ମଣ୍ଡପରୁ ନୀଳାଦ୍ରି ବିଜେ ‘ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇପାରିଛି। ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ମୁଖ୍ୟଅତିଥି, ଡକ୍ଟର ଭାସ୍କର ମିଶ୍ର ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବରେ ଡକ୍ଟର ପ୍ରମୋଦ ଦଳାଇ, ପୂର୍ଣ୍ଣଚନ୍ଦ୍ର ଦାସ ଯୋଗଦେଇ ଲେଖିକାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଉତ୍ସବରେ ଡକ୍ଟର ହେମନ୍ତ କୁମାର ଛୋଟରାୟ, ପ୍ରସନ୍ନ ମିଶ୍ର, ବିଜୟ କୁମାର ପଣ୍ଡା, ଚନ୍ଦ୍ରଶେଖର ମହାରାଣା, ଡକ୍ଟର ଦୟାନିଧି ତ୍ରିପାଠୀ, ପ୍ରବାସିନୀ ମିଶ୍ର, ପ୍ରମୋଦା ଦେବୀ, ଡକ୍ଟର ଅଶୋକ ମିଶ୍ର, ସୁବାସ ଚନ୍ଦ୍ର ପରିଡ଼ା, କୃଷ୍ଣ ଚନ୍ଦ୍ର ରଥ, ଗୋବିନ୍ଦ ମହାନ୍ତି, ମିନତୀ ମିଶ୍ର, ରେଣୁକା ମିଶ୍ର, ମନୋରମା ଆଚାର୍ଯ୍ୟ, ଭାରତୀ ଭୂଷଣ ଦାସ, ସୁରେଶ କୁମାର ପଟ୍ଟନାୟକ, ପଣ୍ଡିତ ସଦାଶିବ ମିଶ୍ର, ପୁଷ୍କର ମହାପାତ୍ର, ଶ୍ୟାମ ପ୍ରକାଶ ସେନାପତି, କମଳ ଦାଶ, ଦେବଦତ୍ତ ପ୍ରଧାନ, ମଞ୍ଜୁଶ୍ରୀ ମିଶ୍ର, ସଦାଶିବ ସାହୁ, ପ୍ରତିଭା ଦାଶ, ହରିଶଙ୍କର ମିଶ୍ର, କମଳିନୀ ପାଣିଗ୍ରାହୀ, ପୀତାମ୍ବର ମହାପାତ୍ର, ପ୍ରଦୀପ୍ତ ରାୟ, ଅବନୀଶ ରଥ, ଆଶାଲତା ପ୍ରଧାନ, ବିଜୟ କୁମାର ପରିଡା, ସୈ।ଭାଗ୍ୟ କୁମାର ସାହୁ, ଦୁର୍ଗା ମାଧବ ଦାଶ, ଅଞନା ମିଶ୍ର, ବିଶ୍ୱରଂଜନ ପାତ୍ର, ସନ୍ୟାସୀ ନାୟକ, ସତ୍ୟଭାମା ନାୟକ, ଯୋଗେଶ୍ଵର ନାୟକ, ସତ୍ୟନାରାୟଣ ମିଶ୍ର, ଅର୍ଜୁନ ପରମଗୁରୁ ପ୍ରମୁଖ ଯୋଗଦେଇ ଲେଖିକାଙ୍କୁ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ସଦାଶିବ ମିଶ୍ର ମଙ୍ଗଳାଚରଣ ପାଠ କରିଥିଲେ। ସର୍ବାଣୀ ଦାସ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ସଭାପତିତ୍ବ କରିଥିଲେ ଶିବ ସୁନ୍ଦର ମିଶ୍ର, ପ୍ରିୟପତ୍ରର ସଂପାଦକ ବିପିନ ବିହାରୀ ଦଳାଇ ପୁସ୍ତକ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଶେଷରେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *