ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖା ର ନୂତନ କର୍ମକର୍ତ୍ତା

//ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖା ର ନୂତନ କର୍ମକର୍ତ୍ତା//ଓଡ଼ିଆ ଭାଷା, ସାହିତ୍ୟ ପାଇଁ ନିରନ୍ତର ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଥିବା, ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରାବା ପାଇଁ ବିଦ୍ୟାଳୟ ତଥା ମହାବିଦ୍ୟାଳୟସ୍ତରରେ ” ନୂଆ ସ୍ୱର ନିଆରା କଥା” ପରି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ବିଭିନ୍ନ ସେବାମୃଳକ କାର୍ଯ୍ୟ କରିଆସୁଥିବା ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖା ର ନୂତନ କର୍ମକର୍ତ୍ତା ନିର୍ବାଚିତ କରାଯାଇଛି। ଉତ୍କଳ ସମ୍ମିଳନୀ ରାଜ୍ୟ ସଂଗଠନର ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି ନିର୍ବାଚନ ରେ ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ପର୍ଯ୍ୟବେକ୍ଷକ ହାଡିବନ୍ଧୁ ମହାକୁଡ଼ ଏବଂ ନିର୍ବାଚନ ଅଧିକାରୀ ଭାବେ ଗୋକୁଳ କୁମାର ଷଡ଼ଙ୍ଗୀ ଯୋଗଦେଇ ନୂତନ କର୍ମକର୍ତ୍ତା ନିର୍ବାଚନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ପ୍ରଭୁଦତ୍ତ ପ୍ରଧାନ ଓ ଉର୍ମିଳା ବାଳା ମିଶ୍ର ନିର୍ବାଚନ ର ନିୟମାବଳୀ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ନୂତନ କର୍ମକର୍ତ୍ତା ଙ୍କ ମଧ୍ୟରେ ସଭାପତି ଭାବେ ବସିରନ୍ ବିବି, ଉପସଭାପତି ଅରୁଣ କୁମାର ମହାନ୍ତି ଓ ପ୍ରଫେସର ମହମ୍ମଦ ଓମାର ମଲ୍ଲିକ, ସଂପାଦକ ସୁଦର୍ଶନ ପ୍ରଧାନ,ସଂଗଠନ ସଂପାଦକ ପ୍ରଦୀପ କୁମାର ସାହୁ,ଯୁଗ୍ମ ସଂପାଦକ ଗୋପୀନାଥ ସେଠୀ, କୋଷାଧ୍ୟକ୍ଷ ମମତା ମଞ୍ଜରୀ ଦେବୀ ନିର୍ବାଚିତ ହୋଇଛନ୍ତି । ତତ୍ ସହିତ ପନ୍ଦର ଜଣ ସଦସ୍ୟ କାର୍ଯ୍ୟକାରୀ ସମିତି କୁ ମଧ୍ୟ ନିର୍ବାଚିତ ହେଲେ। ଜିଲ୍ଲା ଶାଖା ର ପ୍ରାକ୍ତନ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମସ୍ତ ନୂତନ କର୍ମକର୍ତ୍ତା ଙ୍କୁ ସ୍ୱାଗତ କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ନିଳୀମା ନନ୍ଦ।

Leave a Reply

Your email address will not be published. Required fields are marked *