ଓଡ଼ିଆ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ:- ସଂଯୋଗୀ ସଜଫୁଲ

ଘଟଗାଁ, ୨୭/୭: ଓଡ଼ିଆ ଭାଷା ସାହିତ୍ୟର ନବ ଉନ୍ମେଷ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା, ଘଟଗାଁ, କେନ୍ଦୁଝରର ତ୍ରୈମାସିକ ମୁଖପତ୍ର ସଂଯୋଗୀ ସଜଫୁଲର ଦକ୍ଷିଣ-ପୂର୍ବାଞ୍ଚଳ ବିଶେଷାଙ୍କ ଲୋକାର୍ପଣ ଉତ୍ସବ ପୁରୀ ଜିଲ୍ଲାର ଶ୍ରୀକ୍ଷେତ୍ର ପୁରୀରେ ଥିବା ୟୁଥ୍ ହଷ୍ଟେଲ, ଚକ୍ରତୀର୍ଥ ରୋଡ୍ ପରିସର ମଧ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲାର ସୁସାହିତ୍ଯିକ ଓ ସଂଗଠକ ନଗେନ୍ଦ୍ରନାଥ ସ୍ବାଇଁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନ ,ଓଡ଼ିଶାର ପ୍ରାକ୍ତନ ନିର୍ଦ୍ଦେଶକ ଡକ୍ଟର କୈଳାଶ ଚନ୍ଦ୍ର ଟିକାୟତରାୟ, ମୁଖ୍ୟ ବକ୍ତା ରୂପେ ପୁରୀ ଜିଲ୍ଲାର ପ୍ରିୟପତ୍ର, ଟିକିତାରା ଓ ଶ୍ରୀଲେଖା ପତ୍ରିକାର ସଂପାଦକ ବିପିନବିହାରୀ ଦଳାଇ,ସମ୍ମାନିତ ଅତିଥି ରୂପେ ନୟାଗଡ଼ ଜିଲ୍ଲାର କବି, ଗବେଷକ, କୁଇଜ୍ ମାଷ୍ଟର ତଥା ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ଓ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା କେନ୍ଦୁଝର ର ସଭାପତି ଉପେନ୍ଦ୍ର ଦାଶ ଯୋଗଦେଇ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସାହିତ୍ୟ ଉତ୍ସବ ଆୟୋଜନ କରି ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଉଦ୍ଜୀବୀତ କରୁଥିବାରୁ ସଂଯୋଗୀ ସଜଫୁଲ ପରିବାରକୁ ଭୁୟସୀ ପ୍ରଶଂସା କରିଥଲେ ଏବଂ ସଂପ୍ରତି ଓଡ଼ିଆ ସଂସ୍କୃତି ଓ ପରମ୍ପରାର ବାର୍ତ୍ତା ବାହକ ସଂଯୋଗୀ ସଜଫୁଲ ବୋଲି ଅଭିହିତ କରିଥିଲେ ।ଏହି ଅବସରରେ କେନ୍ଦୁଝର ଜିଲ୍ଲାର ରତିନାରାୟଣ ରାଉତଙ୍କ ପୁସ୍ତକ ” ସତ୍ୟ ସୁମନ ” , ପୁରୀ ଜିଲ୍ଲାର ଜାନକୀବଲ୍ଲଭ ଦାଶଙ୍କ ସ୍ବରଚିତ ପୁସ୍ତକ ” ଆହତ ବସନ୍ତ ” ଓ ” ତାରା ଭରା ରାତି ” ଏବଂ କନ୍ଧମାଳ ଜିଲ୍ଲାର ଫୁଲବାଣୀ ରୁ ବରିଷ୍ଠ ସାହିତ୍ୟିକ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ” ଶ୍ରୀମଦ୍ ଆଦି ଶଙ୍କରାଚାର୍ଯ୍ୟ କୃତ ଭଜ ଗୋବିନ୍ଦମ୍ ମୋହ ମୁଦଗର ତତ୍ତ୍ୱବୋଧ ବେଦାନ୍ତ ଡିଣ୍ଡିମ ରତ୍ନମାଳିକା ” କୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ। ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ ପୁରୀ ଜିଲ୍ଲାର ଜ୍ୟୋତିଷ ଶାସ୍ତ୍ର ବିଶାରଦ ଡ. ସସ୍ମିତା ମିଶ୍ର ଓ ସଂପାଦକ ବାବୁଲାଲ ପଲେଇ ସଂପାଦକୀୟ ପାଠ ପଢିଥିଲେ। ଏହି ସାରସ୍ବତ ସମାରୋହରେ ଓଡ଼ିଶାର ଦକ୍ଷିଣ -ପୂର୍ବାଞ୍ଚଳ ରେ ଥିବା ତେର ଗୋଟି ଜିଲ୍ଲାର ଅଠର ଜଣ ସାରସ୍ବତ ସ୍ରଷ୍ଟାଙ୍କୁ ମାନପତ୍ର, ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ଅତିଥି ଗଣ ସମ୍ବର୍ଦ୍ଧିତ କରିଥିଲେ। ପୁରୀ ଜିଲ୍ଲାର ଶବ୍ଦ ଭାରତୀ ଦେବଦତ୍ତ ପ୍ରଧାନଙ୍କ ରଚିତ ଦେଶାତ୍ମବୋଧକ ସଂଗୀତ କୁ ପରିବେଷଣ କରିଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ହଂସୁଆ କଳା ପ୍ରତିଷ୍ଠାନ ରାଜନଗର ତରଫରୁ ଯାଞ୍ଜସେନୀ ସେଠୀ,ପୂଜାରାଣୀ ରାଉତ, ଅର୍ଚ୍ଚନା ବେହେରା ଓ ଲିପି ପଣ୍ଡା।

ପ୍ରଥମ ପର୍ଯ୍ୟାୟର ଅଧିବେଶନରେ କେନ୍ଦୁଝର ଜିଲ୍ଲାର ବରିଷ୍ଠ ସାହିତ୍ୟିକ, ଅବସରପ୍ରାପ୍ତ ଶିକ୍ଷା ପ୍ରଶାସନିକ ଅଧିକାରୀ ଅର୍ଜୁନ ଚରଣ ବେହେରାଙ୍କ ସଭାପତିତ୍ବରେ ଉଦଘାଟକ ରୂପେ ଭାରତୀୟ ସାହିତ୍ୟ ସଂସଦ ଓଡ଼ିଶାର ମୁଖ୍ୟ ଉପଦେଷ୍ଟା ଛନ୍ଦକବି ସୁରେଶ ଚନ୍ଦ୍ର ରଥ ଖୋର୍ଦ୍ଧା, ସମ୍ମାନିତ ଅତିଥି ରୂପେ ପୁରୀ ଜିଲ୍ଲାର ଦୈନିକ ସମ୍ବାଦପତ୍ର ସୁଦେଷ୍ଣାର ପ୍ରତିଷ୍ଠାତା ଓ ସଂପାଦକ କାବ୍ୟ ଭୂଷଣ ଶିବପ୍ରସାଦ ବାହିନୀପତି, କଟକ ଜିଲ୍ଲାର ଉଦୟନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଡଶପୁର ର ବରିଷ୍ଠ ଅଧ୍ୟାପିକା ଡ. ସ୍ମୃତି ପଟ୍ଟନାୟକ, କବିତା ପାଠୋତ୍ସବର ସଂଯୋଜକ ଭାବେ ବଲାଙ୍ଗୀର ଜିଲ୍ଲାର ସୁସାହିତ୍ଯିକ, ପୁସ୍ତକ ସମୀକ୍ଷକ, ଶିଶୁ ସାହିତ୍ୟିକ,କବି, ଗାଳ୍ପିକ କଣ୍ଡୁରୀ ଚରଣ ରାଉତ ଓ ସଂଯୋଜିକା ଭାବେ ପୁରୀ ଜିଲ୍ଲାର ଦିବ୍ଯଦର୍ଶନ ର ସଂପାଦିକା ପ୍ରବାସିନୀ ମିଶ୍ର ଯୋଗଦେଇ ଥିବାବେଳେ ସ୍ବାଗତ ଭାଷଣ ଦେଇଥିଲେ ଅନୁଷ୍ଠାନର ରାଜ୍ୟ ସଂଚାଳକ ବଲାଙ୍ଗୀର ଜିଲ୍ଲାର ନାଟ୍ୟକାର ହୃଷୀକେଶ ଦାଶ, ମଙ୍ଗଳାଚରଣ ପୁରୀ ଜିଲ୍ଲାର କଣ୍ଠଶିଳ୍ପୀ ସୁଶ୍ରୀ ମିରା ମହାନ୍ତି ଗାନ କରିଥିଲେ । ସଭା ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ସନ୍ତୋଷ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାରସ୍ବତ ସମାବେଶକୁ ପୁର୍ଣ୍ଣ ସହଯୋଗ କରିଥିଲେ ଡ଼. ସସ୍ମିତା ମିଶ୍ର ଓ ଅନୁଷ୍ଠାନର କାର୍ଯ୍ୟକାରିଣୀ ସଦସ୍ୟା ମିନା ବେହେରା ପରିଚାଳନା କରିଥିବା ବେଳେ ପରିଚାଳନା ସଂପାଦକ ସରୋଜ କୁମାର ସେନାପତି ଓ ଯୁଗ୍ମ ସଂପାଦକ କଳାହାଣ୍ଡିର ଯୁବକବି ତପନ କୁମାର ଦାଶ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *