ଜଗତସିଂହପୁର ଫଟୋ ଓ ଭିଡିଓ ଗ୍ରାଫିକ ଟ୍ରେଡ଼ର୍ସ ଆସୋସିଏସନ(ଜେ ପି ଭି ଟି)ର ଶ୍ର|ବଣେ ବନ୍ଧୁ ମିଳନ, ଓ ସାଂଗଠନିକ ବୈଠକ

ଜଗତସିଂହପୁର: (ତା ୨୭,୦୭:୨୫ ) ପବିତ୍ର ଶ୍ରାବଣ ମାସ ଅବସରରେ ଜଗତସିଂହପୁର ଜିଲ୍ଲା ଫଟୋ, ଭିଡିଓ ଗ୍ରାଫିକ ଟ୍ରେଡ଼ର୍ସ ଆସୋସିଏସନର “ଶ୍ରାବଣେ ବନ୍ଧୁମିଳନ” କାର୍ଯ୍ୟକ୍ରମ ସହ ସାଂଗଠନିକ ବୈଠକ ପ୍ରସିଦ୍ଧ ବିଭୁତିକ୍ଷେତ୍ର ବାବା ଗୋରେଖନାଥ ପୀଠରେ ଆସୋସିଏସନର ସଭାପତି ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୌର ପରିଷଦରୁ ଶତାଧିକ ଫଟୋଗ୍ରାଫର ଯୋଗଦେଇ ତାଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଅନୁଷ୍ଠିତ ଏହି ବୈଠକରେ ଅତିଥିଭାବେ କଟକ ଆସୋସିଏସନର ସଭାପତି ସୁଜିତ କୁମାର ମିଶ୍ର, ଫଟୋଗ୍ରାଫର ମହାସଂଘ ଓଡିଶାର ଉପଦେଷ୍ଟା ସଚ୍ଚିଦାନନ୍ଦ ବେହେରା, କୋଷାଧକ୍ଷ ସାଏଦ ଜାଭେଦ ପ୍ରମୁଖ ଯୋଗଦେଇ ଫଟୋଗ୍ରାଫର ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲାକୁ ଆଠଟି ଜୋନରେ ବିଭକ୍ତ କରାଯାଇ କୋ-ଅଡିନେଟର ଓ ଜୋନ ସଭାପତି ମାନଙ୍କୁ ନିୟୋଜିତ କରାଗଲା । ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଶୁଭଙ୍କର ଜେନା,ସାଙ୍ଗଠନିକ ସମ୍ପାଦକ ବାସୁଦେବ ସ୍ୱାଇଁ, କୋଷାଧକ୍ଷ ଅତନୁ କୁମାର ସ୍ୱାଇଁ, ସହ ସମ୍ପାଦକ ଗଗନ ମଲ୍ଲିକ, ରୁପେଶ ବାରିକ,ନିତ୍ୟାନନ୍ଦ ସାହୁ,ସଞ୍ଜୟ ପାତ୍ର, ଉପସଭାପତି ନରେଦ୍ର ସ୍ୱାଇଁ, ପ୍ରମୋଦ ବିଶ୍ୱାଳ, ଲାଲା ସଂଗ୍ରାମ କେଶରୀ ରାୟ, ଜିତେନ୍ଦ୍ର ପ୍ରଧାନ, ବାସୁଦେବ ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ବୈଠକରେ ଆଗାମୀ ଦିନରେ କିଭଳି ଭାବେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ ଓ ସେପ୍ଟେମ୍ବର ୧୯/୨୦/୨୧ ତାରିଖରେ ଭୁବନେଶ୍ଵର ଠାରେ ପିଏମଓ ତରଫରୁ ହେଉଥିବା ଫଟୋ ଫେୟାରରେ ସମସ୍ତ ସଦସ୍ୟ ଯୋଗଦେଇ ସଫଳ କରିବା ପାଇଁ ସ୍ଥିର କରାଗଲା ।ବୈଠକ ଶେଷରେ ସୁଧାକର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ମହେଶ୍ବର ମହାନ୍ତିଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *