ଉଦୟଗିରିରେ ଜଙ୍ଗଲୀ ହାତୀ ଆକ୍ରମଣ,ଜଣେ ମୃତ

ରାଇକିଆ, ତା 27/7/25 କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅଞ୍ଚଳରେ ଜଙ୍ଗଲୀ ହାତୀ ଙ୍କ ଉପଦ୍ରଵ ଦିନ କୁ ଦିନ ବଢ଼ିବାରେ ଲାଗିଛି I ଯାହାକୁ ନେଇ ଏହି ଅଞ୍ଚଳର ଲୋକଙ୍କ ମନ ରେ କୋକୁଆ ଭୟ ଦେଖିବାକୁ ମିଳିଛି I ଦିନ ଦ୍ବିପହର ରେ ହାତୀଙ୍କ ଚଳପ୍ରଚଳ ଅଞ୍ଚଳ ରେ ଦେଖିବାକୁ ମିଳୁଛି I ସ୍ଥାନୀୟ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ହାତୀ ଚଲାପଥ ସୂଚନା ଫଳକ ଦିଆଯାଇଛି I ବନ ବିଭାଗ ତରଫ ରୁ ହାତୀ ଘଉଡେଇବା ଅଭିଯାନ ସହ ତତ୍ପରତା ଦେଖିବାକୁ ମିଳିଛି I ଗତ ଶନିବାର ସଂନ୍ଧ୍ୟା ସମୟରେ ଜି.ଉଦୟଗିରି ଏନଏସି ୱାର୍ଡ ନମ୍ବର -1 ପଦାସାହି ରାମ ମନ୍ଦିର ନିକଟ ଜଙ୍ଗଲ ରାସ୍ତା ଦେଇ କଳିଙ୍ଗା ପଞ୍ଚାୟତ ର ମାଲାନସୁଗା ଗ୍ରାମର ସାମନ୍ତ ଦିଗାଲ (ସାରୁ) ଯାହାଙ୍କ ବୟସ ପାଖାପାଖି 55 ବର୍ଷ ଦିନ ମଜୁରିଆ ଭାବେ କାମ ସାରି ନିଜ ଘର ମାଲାନସୁଗାକୁ ଫେରିବା ସମୟରେ ଏକ ଜଙ୍ଗଲୀ ଦନ୍ତାହାତୀ ର ଶିକାର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହାତୀ ଆକ୍ରମଣରୁ ବର୍ତ୍ତି ଯାଇଥିଲେ I ସୂଚନାପ୍ରକାରେ ଏଈ କିଛି ଦିନ ହେଲା ଏକ ଜଙ୍ଗଲୀ ଦନ୍ତା ହାତୀ ଉଗ୍ରରୂପ ଧାରଣ କରି ମୃତ ସାମନ୍ତ ଙ୍କୁ ଦଳା ଚକଟା କରି ମାରିଥିବା ବେଳେ ରବିବାର ସକାଳୁ ସ୍ଥାନୀୟ ଲୋକ ଦେଖି ଗ୍ରାମବାସୀ ପୁଲିସ ଏବଂ ବନ ବିଭାଗକୁ ଖବର ଦେଇଥିଲେ I ମୃତ ବ୍ୟକ୍ତିଙ୍କ ମୁଣ୍ଡ, ହାତ,ଗୋଡ଼ ଭଳି ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଛୀନ୍ନ ଛତର ହୋଇ ପଡିରହିଛି I ମୃତ ବ୍ୟକ୍ତିଙ୍କ ଭୟଙ୍କର ରୂପ ଦେଖି ମାଲାନସୁଗା ଗ୍ରାମ ସହ ସମଗ୍ର ଅଞ୍ଚଳ ଲୋକେ ଭୟଭୀତ ହୋଇଯାଇଛନ୍ତି I ଅଞ୍ଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି I ଦୁର୍ଘଟଣା ସ୍ଥଳରେ ପୁଲିସ ଏସ୍ଡ଼ିପିଓ ବିଜୟ କୁମାର ବିଶି ଏବଂ ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ କୁମାର ସ୍ୱାଇଁ ପହଞ୍ଚି ମୃତ ଦେହ କୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଅଛନ୍ତି I ଏନେଇ ଜି.ଉଦୟଗିରି ଥାନାରେ କେଶ ନମ୍ବର 6/25 ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି I ମୃତକ ଙ୍କ ପରିବାରକୁ ପ୍ରଶାସନ ତରଫରୁ ଆର୍ଥିକ ସହାୟତା ସହ କ୍ଷତିପୂରଣ ଦାବୀ କରିଛନ୍ତି ଜି.ଉଦୟଗିରି ଅଞ୍ଚଳବାସୀ I

Leave a Reply

Your email address will not be published. Required fields are marked *