ଦୁର୍ଘଟଣାରେ ଭିର୍ନକ୍ଷମ ହୋଇଥିବା ଯୁବକଙ୍କୁ ଭେଟିଲେ ବିଧାୟକ

କାମାକ୍ଷାନଗର, ଆଙ୍କର-କାମାକ୍ଷାନଗର ସହରର ମୁଣ୍ଡିଦେଉଳି ବସ୍ତିର ସନ୍ତୋଷ ବେହେରା ନିକଟ ଅତୀତରେ ଏକ ଦୁର୍ଘଟଣାରେ ଭିର୍ନ୍ନକ୍ଷମ ହୋଇ ପଡିଥିବାରୁ ତାଙ୍କ ନିକଟରେ ବିଧାୟକ ପହଞ୍ଚି ସହାୟତା ସକାଶେ ପ୍ରତିଶୃତି ପ୍ରଦାନ କରିଛନ୍ତି l ମୁଣ୍ଡିଦେଉଳି ବସ୍ତିର ସନ୍ତୋଷ କୁମାର ବେହେରା ନିକଟ ଅତୀତରେ ଏକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ତାଙ୍କର ଗୋଡ଼ କଟାଯାଇଥିଲା l ଫଳରେ ସନ୍ତୋଷ ଭିର୍ନ୍ନକ୍ଷମ ହୋଇ ପଡ଼ିଥିଲେ l ଖବର ପାଇ ବିଧାୟକ ଶତ୍ରୁଘ୍ନ ଜେନା ସନ୍ତୋଷଙ୍କ ଘରେ ପହଞ୍ଚି ତାଙ୍କର ସମସ୍ତ ପ୍ରକାର ସରକାରୀ ସହାୟତା ସକାଶେ ସମସ୍ତ ପ୍ରକାର ସହଯୋଗ କରିବାକୁ ନିର୍ଭର ପ୍ରତିଶୃତି ଦେଇଥିବାର ଜଣାଯାଇଛି l

Leave a Reply

Your email address will not be published. Required fields are marked *