ଦୁଷ୍କର୍ମ ପୀଡିତା ପରିବାର କୁ ଭେଟିଲେ ନାରୀ ନ୍ୟାୟ ବାହିନୀ ର କର୍ମକର୍ତ୍ତା
ଦୁଷ୍କର୍ମ ପୀଡିତା ପରିବାର କୁ ଭେଟିଲେ ନାରୀ ନ୍ୟାୟ ବାହିନୀ ର କର୍ମକର୍ତ୍ତା।
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଠଗୋଟ ପଞ୍ଚାୟତ ର ବାଣଶରା ଗ୍ରାମରେ ଘଟିଥିବା ଦୁଇ ଭାଇଙ୍କ ଗଣଦୁଷ୍କର୍ମ ର ଶିକାର ହୋଇଥିବା ପୀଡ଼ିତା ପରିବାରକୁ ନାରୀ ନ୍ୟାୟ ବାହିନୀର କର୍ମକର୍ତ୍ତା ମାନେ ଆସି ଭେଟି ଛନ୍ତି । ଏହା ସହିତ ପୀଡ଼ିତା କୁ ଭେଟି ନ୍ୟାୟ ଦେବା ପାଇଁ ମଧ୍ୟ ଦାବି କରିଛନ୍ତି । ପୀଡ଼ିତା ଜଣକ 6 ମାସର ଗର୍ଭବତୀ ଥିବା ବେଳେ ତାଙ୍କର ସୁରକ୍ଷା ପାଇଁ ସେ ରାଜ୍ୟ ସରକାରଙ୍କୁ ନିବେଦନ କହିଛନ୍ତି । ଯେହେତୁ ପିଡିତା ନାବାଳିକା ତାଙ୍କର ଦେହରେ ଖାଦ୍ୟର ପୋଷଣ ନିହାତି ଆବଶ୍ୟକତା ରଅଛି । ତାଙ୍କର ଯତ୍ନ ନେବା ପାଇଁ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରିଛନ୍ତି । ଏ ବାବଦରେ ନ୍ୟାୟ ବାହିନୀର ନେତ୍ରୀ ଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ପୀଡ଼ିତା ର ସୁରକ୍ଷା ପାଇଁ ନାରୀ ଜାତିକୁ ସମ୍ମାନ ଦେବା ପାଇଁ ଆତ୍ମ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ସଚେତନତା ଶିବିର କରି ପ୍ରତି ଜିଲ୍ଲା ବ୍ଲକ ପଞ୍ଚାୟତ ରେ ନାରୀ ସୁରକ୍ଷା ସୃଜନଶୀଳତା ବୃଦ୍ଧି ପାଇଁ ଟ୍ରେନିଂ ପ୍ରୋଗ୍ରାମ ବ୍ୟବସ୍ଥା କରାଯିବା ର୍ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଏଭଳି ଏକ ନିନ୍ଦନୀୟ ଘଟଣା କୁ ସେ ଘୋର ନିନ୍ଦା କରିଥିବା ବେଳେ ବାପ ବୟସର ଅଭିଯୁକ୍ତ କୁ କଠୋର ରୁ କଠୋର ଦଣ୍ଡ ଦିଆ ଯିବା ଉଚିତ୍ ବୋଲି ସରକାରଙ୍କୁ ଅନୁରୋଧ କରିଥିଲେ ।
ଜଗତସିଂହପୁର ରୁ Rita ସାହୁ
