ରାଢ଼ଙ୍ଗ ମଦ ବିରୋଧୀ ଆନ୍ଦୋଳନରେ ସାମିଲ୍ ହେଲେ ପୋଲିସ ଏବଂ ଅବକାରୀ ଅଧିକାରୀ*
* ରଘୁନାଥପୁର ତା ୨୭.୭ ସମଗ୍ର ସମାଜକୁ ମଦମୁକ୍ତ କରିବା ପାଇଁ ରାଢଙ୍ଗ ବଟ ମହାପୁରୁଷ ପ୍ରାଙ୍ଗଣରେ ଏକ ମଦ ବିରୋଧୀ ସମାବେଶ ଅନୁଷ୍ଠିତ ହୋଇଥିଲା ରାଢଙ୍ଗର ପୂର୍ବତନ ସରପଞ୍ଚ ଦେବୀ ପ୍ରସାଦ ମହାରଣାଙ୍କ ନେତୃତ୍ୱରେ। ଏହି ସଭାରେ ସୁରେଶ ଚନ୍ଦ୍ର ରାଉତ ସଭାପତିତ୍ବ କରିଥିଲାବେଳେ ମୁଖ୍ୟବକ୍ତା ଭାବେ ଆଡଭୋକେଟ ବାସୁଦେବ, ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ସହ ସଂଯୋଜକ ରଶ୍ମୀ ରଞ୍ଜନ ସ୍ବାଇଁ , ଆଞ୍ଚଳିକ ବିକାଶ ପରିଷଦ ଓ ସହଯୋଗ ଚାରିଟେବୁଲ ଟ୍ରଷ୍ଟ ରେଢୁଆର ଆବାହକ ସ୍ନେହାଂଶୁ ଜେନା ପ୍ରଭୃତି ବକ୍ତାଭାବେ ଯୋଗ ଦେଇ ମଦର ଭୟାବହତା ଓ ଏହାର ବିଲୋପ ପାଇଁଁ ସମାଜର ସବୁ ଶ୍ରେଣୀର ଲୋକ ଏଥିପାଇଁ ଏକଜୁଟ ହେବାର ଆବଶ୍ୟକତା ଅଛି ବୋଲି ବକ୍ତବ୍ୟ ରଖିଥିଲେ। ଗତ କିଛିଦିନ ଧରି ରାଢଙ୍ଗ ଅଞ୍ଚଳର ମଦ ବିରୋଧୀ ମାତୃ ମଣ୍ଡଳୀର କ୍ରମାଗତ ସଭା, ସମାବେଶ, ପଦଯାତ୍ରା ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଚୋରା ମଦ ବିକ୍ରି ପ୍ରସଂଗରେ ଚିନ୍ତା କରିବାକୁ ବାଧ୍ୟ କରାଇଛି ଯାହା ଫଳରେ ଏହି ମଦ ବିରୋଧୀ ସମାବେଶରେ ଜଗତସିଂହପୁର ଅବକାରୀ ବିଭାଗର ସହକାରୀ ଉପ ନିରୀକ୍ଷକ ଗୟାଧର ସେଠୀ, ରଘୁନାଥପୁର ଥାନାର ସହକାରୀ ଉପ ନିରୀକ୍ଷକ ରଞ୍ଜିତ କୁମାର ରାଉତ ଯୋଗ ଦେଇ ଚୋରା ମଦକୁ ସମ୍ପୁର୍ଣ୍ଣ ବନ୍ଦ କରାଯିବା ସହିତ ମଦ ବିରୋଧୀ ଅଭିଯାନକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଦୃଢ ପ୍ରତିଶ୍ରୁତି ଦେଇଥିଲେ। ମଦ ବିରୋଧୀ ଏହି ସମାବେଶରେ ଯୋଗ ଦେଇଥିବା ଉପସ୍ଥିତ ଜନସାଧାରଣ ସମଗ୍ର ରାଜ୍ୟକୁ ସଂପୂର୍ଣ୍ଣ ମଦମୁକ୍ତ କରିବା ନିମନ୍ତେ ସରକାରଙ୍କୁ ନିବେଦନ କରିବା ସହିତ ଆଗାମୀ ଦିନରେ ସଂପୂର୍ଣ୍ଣ ମଦମୁକ୍ତ ସମାଜ ଗଠନ ପାଇଁ ଆନ୍ଦୋଳନକୁ ଯୋରଦାର କରାଯିବା ପାଇଁ ଦୃଢ ସଂକଳ୍ପ ନେଇଥିଲେ। ବିଶେଷ କରି ଚୋରା ମଦ ବିକ୍ରି ବନ୍ଦ୍ ନହେଲେ ପଞ୍ଚାୟତ ବନ୍ଦ୍ ଆନ୍ଦୋଳନ କରାଯିବା ପାଇଁ ଉପସ୍ଥିତ ଜନ ସାଧାରଣ ଦୃଢୋକ୍ତି ପ୍ରକାଶ କରିଥିଲେ। ମଦ ବିରୋଧୀ ଏହି ସମାବେଶରେ ପ୍ରଶାନ୍ତ ଜେନା, ଶରତ ରାଉତ, ଦିଲ୍ଲୀପ ସ୍ବାଇଁ, ତରୁଣ ଜେନା, ସରପଞ୍ଚ ସୁଶିଳ ରାଉତ,ରଶ୍ମୀ ରଞ୍ଜନ ମହାନ୍ତି, ଅମରେଶ ରାଉତ, ସଞ୍ଜମ ମହାନ୍ତି, ଅସୀମ ରାଉତ, ପ୍ରିୟତମା ରାୟ, ଚନ୍ଦ୍ରକାନ୍ତି ମହାନ୍ତି, ନର୍ମଦା ନାୟକ, ସୁଜାତା ବେହେରା, କାନ୍ତିବାଳା ପାଳ, ଲିଲି ପରିଡା, ସରୋଜ ମହାପାତ୍ର, ଅନଙ୍ଗ ମହାନ୍ତି, ହେମନ୍ତ ବିଶ୍ବାଳ, ମଧୁସ୍ମିତା ରାଉତ ପ୍ରଭୃତି, ଆଜିର ଏହି ମଦ ବିରୋଧୀ ସଭାକୁ ସଫଳ କରାଇବାରେ ଏହାର ପ୍ରମୁଖ ଦାୟିତ୍ଵ ଗ୍ରହଣ କରିଥିଲେ। ଯୁବ ନେତା ଶାରଦା ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
