ଗତକାଲି ବିଳମ୍ବିତ ରାତ୍ରୀର ଗୋପ ଥାନା ହାଜତ ରୁ ଦୁଇଜଣ ଆସାମୀ ଚମ୍ପଟ ମାରିବା ସହ ଜଣେ ସାମ୍ବାଦିକ ଙ୍କ ଗାଡି ଚୋରୀ ହୋଇଛି

ଗୋପ :୩୦/୦୭/୨୫ () ପୁରୀ ଜିଲ୍ଲାରେ ଚୋରୀ ଡକାୟିତି ରାହାଜାନି ବଳାତ୍କାର ପରି ଅନେକ ଅଘଟଣ କ୍ରମଶଃ ବୃଦ୍ଧି ପାଉଛି l ଏହା କୌଣସି ମତେ ତମିବାର ନା ଧରୁନି l ବିଗତ ଗୋଟେ ସପ୍ତାହ ହେଵ ବଳଙ୍ଗା ନାବାଳିକା ଘଟଣା ର ଗୁଥି ସମାଧାନ ହେବପୂର୍ବରୁ ଆହୁରି ଅନେକ ଅଘଟଣା ଘଟୁଛି l ଏମିତି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ଥାନା ଅଧିନସ୍ତ ଶୋଇସିଆପଦା ଗ୍ରାମରେ ମନୋଜ ଦାସ ନାମକ ଜଣେ ଯୁବକ ଙ୍କ ଏକ ଗ୍ରୋସରୀ ଦୋକାନ ରୁ ଚୋରୀ ହୋଇଥିଲା l ତାଙ୍କର ସିସିଟିଭି ପଟେଜ ଆଧାରକୁ ଭିତ୍ତିକରି ଜଣେ ଚୋର କୁ ଧରିଥିଲେ l ତା ଠାରୁ ଅନ୍ୟଜଣେ ଚୋର ର ସନ୍ଧାନ ପାଇଁ ଗତ କାଲି ସନ୍ଧ୍ୟା ରେ ଗଵସିଙ୍ଗା ରୁ ଅନ୍ୟ ଜଣେ ଚୋର କୁ ଗିରଫ କରିଥିଲେ l ଉଭୟ ଙ୍କୁ ଥାନା ହାଜତ ଭିତରେ ରଖିଥିଲେ ସେମାନଙ୍କୁ ଏକ ଲାଗିବାରୁ ଲାଟିନ ଭିତର କୁ ଛାଡିଥିଲେ l ତାପରେ ସେମାନେ କୌଶଳ କ୍ରମେ ସ୍କାଇଲାଟ ଭାଙ୍ଗି ଫେରାର ହୋଇଯାଇଥିଲେ l ସେହିଁ ରାତିରେ ଥାନା ନିକଟରେ ସାମ୍ୱାଦିକ ସଚ୍ଚିଦାନନ୍ଦ ଗୋଛାୟତ ଙ୍କ ଘରେ ଥିବା ଏକ ଗ୍ୟାରେଜ ରୁ ତାଙ୍କର ଏକ କଳା ରଙ୍ଗର ୟୁନିକନ ବାଇକ ଯାହାର ନମ୍ବର ହେଉଛି OR 02 AP 4073 ବିଶିଷ୍ଟ ବାଇକ ଚୋରୀ ହୋଇଛି l ସେଥିପାଇଁ ଗୋପ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି l ଅଭିଯୋଗ କୁ ଭିତ୍ତିକରି ତଦନ୍ତ ଚାଲିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସଫଳତା ମିଳିନାହିଁ l ଗୋପ ଅଞ୍ଚଳରେ ଏଵେ ମାତ୍ରାଧିକ ବାଙ୍ଗଲାଦେଶୀ ଫେରିବାଲା ସାଙ୍ଗକୁ ନିଶାଡୀ ଙ୍କ ର ପେଣ୍ଠସ୍ଥଳୀ ପାଲଟିଛି l ଥିପାଇଁ କାହାରି ଚିନ୍ତା ନାହିଁ ଯାହାଫଳରେ କୀ ଦୈନିକ କିଛି ନା କିଛି ଅଘଟଣ ଘଟୁଛି l ଏଥିପ୍ରତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୁଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି l

Leave a Reply

Your email address will not be published. Required fields are marked *