ଓଡିଶା କୃଷକ ସଭା ଗତ ଅଦିନିଆ ବର୍ଷା ର ଫସଲ ବୀମା କ୍ଷତି ପୂରଣ ଅର୍ଥ ପ୍ରଦାନ ଦାବୀ

ଓଡିଶା କୃଷକ ସଭା ଗତ ଅଦିନିଆ ବର୍ଷା ର ଫସଲ ବୀମା କ୍ଷତି ପୂରଣ ଅର୍ଥ ପ୍ରଦାନ ଦାବୀ
ବ୍ରହ୍ମପୁର – ଅଖିଳ ଭାରତ କୃଷକ ସଭା ଅନୁ ବନ୍ଧିତ ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କର୍ମ କର୍ତ୍ତା ବୈଠକ ଜିଲ୍ଲା ସଭାପତି ପି.ହରିକୃଷ୍ଣ ରେଡ୍ଡୀ ଙ୍କ ସଭାପତିତ୍ୱରେ ହିଲପାଟଣା ସ୍ଥିତ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥଲା । ବୈଠକ ରେ ଜିଲ୍ଲା ରେ ବର୍ଷା ଅନିୟମିତତା ଯୋଗୁ ବର୍ଷା ଅଭାବ ରୁ ଧାନ ରୁଆ ମନଥର ଗତିରେ ଚାଲିଛି ବର୍ତମାନ ଚାଷୀ ପଞ୍ଜିକରଣ 20ତାରିଖ ପ୍ରଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରାଯଇଛି l
ଏହି ସମୟ ମଧ୍ୟ୍ୟ ରେ ଚାଷୀ ପଞ୍ଜିକରଣ ହୋଇ ପାରିବ ନାହିଁ l ଏଣୁ ଚାଷୀ ପଞ୍ଜିକରଣ ଆସନ୍ତା 30ତାରିଖ ପର୍ଯ୍ୟନ୍ତଅବଧି ବୃଦ୍ଧି କରିବା ଓ ସେହି ଭଳି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା 14ତାରିଖ ବୃଦ୍ଧି ଘୋଷଣା କରିଛନ୍ତି। ଯଦ୍ୱାରା ସମସ୍ତ ଚାଷୀ ଫସଲ ବୀମା ରୁ ବଞ୍ଚିତ ହେବେ ଏଣୁ 30ତାରିଖ ପଯ୍ୟନ୍ତ ଅବଧି ବୃଦ୍ଧି ଦାବୀ କରିବା ସହିତ ଗତ ଖରିଫ ଫସଲ ଅମଳ ବେଳେ ଅଦିନିଆ ବର୍ଷା ରେ 33%ଭାଗ ଫସଲ କ୍ଷତି ର ତଦନ୍ତ କରି22ବ୍ଲକ ର 125724ଜଣ ଚାଷୀଙ୍କୁ 897902043ଟଙ୍କା ଇନପୁଟ ସବସିଡି (ସହାୟତା) ପ୍ରଦନ କରିଥିବାବେଳେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଫସଲ ବୀମା ଯୋଜନା ରେ 77କୋଟି ଟଙ୍କା ରାଜ୍ୟ ଓ ଚାଷୀ ଙ୍କ ଠାରୁ ପ୍ରିମିୟମ ନେଇ ଥିବାବେଳ ମାତ୍ର 41595ଜଣକୁ 9କୋଟି29ଲକ୍ଷ ଟଙ୍କା ଫସଲ ବୀମା କ୍ଷତି ପୂରଣ ଅର୍ଥ ପ୍ରଦାନ କରିଛନ୍ତି l ରାଜ୍ୟ ସରକାର ଙ୍କ କମ୍ପାନୀ ପ୍ରୀତି ଯୋଗୁ ଚାଷୀଙ୍କ ବଡୁଛି ଦୁର୍ଗତି ଚାଷୀ ଦୁଃଖଦୟନୀୟ ଅବସ୍ଥାରେ କ୍ଷତି ଗ୍ରସ୍ତ ଥିବା ବେଳେ ଚାଷୀ ତାହାର ହକ 33%ଭାଗ କ୍ଷତି ହେଲେ ବୀମା କ୍ଷତି ପୂରଣ ମିଳିବ ଘୋଷଣା ଚାଷୀ ମାନଂକୁପ୍ରତାରଣା କରିଛନ୍ତି l. ଫସଲ ବୀମାକ୍ଷତି ଅର୍ଥ ପାଇବା ଓ ଫସଲ ବୀମା ଯୋଜନା କାର୍ଯ୍ୟକାରି କରିବା. ସଚେତନ କରିବା ନିମନ୍ତେ ଜିଲ୍ଲା ପାଳ କାର୍ଯାଳୟ ଓ ବ୍ଲଜ କୃଷି କାର୍ଯାଳୟ ରେ ଦପ୍ତର ଖୋଲିବା ଦାବୀ ନେଇ ଜିଲ୍ଲା ପାଳ କାର୍ଯ୍ୟାଳୟଘେରାଉ କରିବାକୁ ନିଷ୍ପତ୍ତି ନିଆ ଯାଇଛି ଏହି ବୈଠକ ରେ ଜିଲ୍ଲା ସମ୍ପାଦକ ଅଜୟ ଗୌଡ଼,ସରପଞ୍ଚ ବୈରାଗୀ ବେହେରା, ଉପସଭାପତି ବିଜୟ ବିଷୋୟୀ
ସହ ସମ୍ପାଦକ ପି ଶିବ ଶଙ୍କର,ବିଭୁ ପ୍ରସାଦ ପାଣି ଗ୍ରାହୀ,ନୀଳ ମଣି ଗୁରୁ ପ୍ରମୁଖ ଯୋଗ ଦାନ କରିଥିଲେ l.ବ

Leave a Reply

Your email address will not be published. Required fields are marked *