ପୁରୀ ଚନ୍ଦନପୁର ପୋଲିସ ହାତରେ ଧରାପଡ଼ିଲେ ବ୍ରାଉନ ସୁଗାର ବେପାରୀ l

DATE- 30.08.2025- ପୁରୀ ପୋଲିସ କୁ ବଡ଼ ସଫଳତା l ପୁରୀ ଚନ୍ଦନପୁର ପୋଲିସ ହାତରେ ଧରାପଡ଼ିଲେ ବ୍ରାଉନ ସୁଗାର ବେପାରୀ l ଚନ୍ଦନପୁର ଥାନା ଅଞ୍ଚଳ ରୁ ତିନି ବ୍ରାଉନସୁଗାର ବେପାରୀ କୁ ଗିରଫ କରିଛି ଚନ୍ଦନପୁର ଥାନା ପୋଲିସ l ଅଭିଯୁକ୍ତ ମାନଙ୍କ ଠାରୁ 157ଗ୍ରାମ ବ୍ରାଉନ ସୁଗାର ଜବତ ସହ 1ଲକ୍ଷ 63 ହଜାର ଟଙ୍କା ଦୁଇଟି ବାଇକ, 3 ଟି ମୋବାଇଲ ସହ ଛୁରୀ ଏବଂ ମରଣାସ୍ତ୍ର ଜବତ କରିଛି ପୋଲିସ l ଗିରଫ ଅଭିଯୁକ୍ତ ମନେ ହେଲେ ଚନ୍ଦନପୁର ଅଞ୍ଚଳ ର ପ୍ରଦୀପ କୁମାର ପଣ୍ଡା, ଲିଟୁ ପ୍ରଧାନ, ଏବଂ ନିରଞ୍ଜନ ପରିଡା l ଅଭିଯୁକ୍ତ ମନେ ଖୋର୍ଦ୍ଧା ଅଞ୍ଚଳ ରୁ ଆଣି ପୁରୀ ରେ ବିକ୍ରି କରିବା ଲାଗି ଆୟୋଜିତ କରାଯାଇଛି l ତେବେ ଏହା ର ଚେର କେଉଁଆଡେ ଲମ୍ବିଛି ତାହା ତଦନ୍ତ କରୁଛି ପୋଲିସ l

Leave a Reply

Your email address will not be published. Required fields are marked *