ସ୍ୱାୟତ୍ତ ଶାସନ ଦିବସ ଅବସରରେ ଦୁଇଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ନାରାୟଣୀ କ୍ଳବ ଚମ୍ପିୟାନ
ଫୁଲବାଣୀ,୩୧/୦୮ ରିପୋର୍ଟ- ବୈଦ୍ୟନାଥ ବେହେରା,କନ୍ଧମାଳ) କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଅବସରରେ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସମରେଶ କୁମାର ମହାନ୍ତି ତତ୍ତ୍ଵାବଧାନରେ ଫୁଲବାଣୀ କରନେସନ ପଡିଆ ଠାରେ ଦୁଇ ଦୁନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟ ରେ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ l ଉଦଯାପନୀ ଦିବସ ଫାଇନାଲ ମ୍ୟାଚରେ ଜିଲ୍ଲା କ୍ରୀଡ଼ା ବିଭାଗ ହଷ୍ଟେଲର ଦଳ ଓ ଫୁଲବାଣୀ ସହର ସ୍ଥାନୀୟ ନାରାୟଣୀ କ୍ଳବ (ଜିରିଙ୍ଗପଡ଼ା) ସହିତ ଚିତା କର୍ଷକ ଖେଳ ହୋଇଥିଲା ଏଥିରେ ୩ ଶୂନ ଗୋଲରେ ନାରାୟଣୀ କ୍ଳବ (ଜିରିଙ୍ଗପଡ଼ା) ଚମ୍ପିୟାନ ହୋଇ ବିଜେତା ହୋଇଥିବା ବେଳେ ଜିଲ୍ଲା କ୍ରୀଡ଼ା ବିଭାଗ ହଷ୍ଟେଲେ ଫୁଲବାଣୀ ଉପ ବିଜେତା ହୋଇଥିଲେ l ଉଭୟ ଦଳକୁ ମୁଖ୍ୟ ଅତିଥି ଓ ସାମ୍ନାନୀତ ଅତିଥି ଙ୍କ କରକମଳରେ ଟ୍ରଫି ସହିତ ଅର୍ଥରାଶି ବିଜେତାଙ୍କୁ ୧୫ ହଜାର ଓ ଉପ ବିଜେତାଙ୍କୁ ୧୦ ହଜାର ପ୍ରଦାନ କରାଯାଇଥିଲା l ସେହିଭଳି ଶ୍ରେଷ୍ଠ ଖେଳାଳି ଭାବେ ୪ ଜଣଙ୍କୁ ଅର୍ଥରାଶି ପ୍ରଦାନ ପରାଯାଇଥିଲା l ଏହି ଫାଇନାଲ ମ୍ୟାଚକୁ ମୁଖ୍ୟ ରେଫରି ଭାବେ ଶ୍ୟାମ ସୁନ୍ଦର ସାହା ଓ ରେଫରି ଭାବେ ଦେବବ୍ରତ ବେହେରା,ନିଖିଳ କହଁର, ମୁକେଶ ପ୍ରଧାନ,ଉମେଶ ଚନ୍ଦ୍ର ମାଝୀ, ଜଗନ୍ନାଥ କହଁର,ଟିକେଶ୍ୱର କହଁର,ସୁଜିତ ରାଜହଂସ,ଓ ରେଫରି ଟିମ ଲିଡର ଭାବେ ସରୋଜ କୁମାର ମୁନି ପ୍ରମୁଖ ପରିଚାଳନା କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ପାୟେଲ ବେହେରା,ସମ୍ନାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୃଷ୍ଣଚନ୍ଦ୍ର ନାଏକ,ଜିଲ୍ଲା ପ୍ରକଳ୍ପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ,ଜିଲ୍ଲା କ୍ରୀଡ଼ା ବିଭାଗ ଅଧିକାରୀ ସମୀର ନାଏକ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଏବଂ ପୌରପାରିଷଦର ସମସ୍ତ କାଉଁସିଲର ଯୋଗ ଦେଇଥିଲେ l

ଫୁଟବଲ ଖେଳ ଗୋଟିଏ ଭାଇଚାରାର ଖେଳ ସୁନ୍ଦର ଖେଳ ପ୍ରଦର୍ଶନ କରି ସୁନ୍ଦର ସ୍ବାସ୍ଥ୍ୟ ରହିବ ଶାରୀରିକ ସୁନ୍ଦର ରହିବ ବୋଲି ଅତିତିଥି ମାନେ ଖେଳାଳି ମାନଙ୍କୁ ଉତ୍ସାହିତ କରି ଉଦବୋଧନ ଦେଇଥିଲେ l ହଜାର ହଜାର କ୍ରୀଡ଼ା ପ୍ରେମୀ ଦର୍ଶକ ମାନେ ଖେଳକୁ ଉପଭୋଗ କରିବାକୁ ଉପସ୍ଥିତ ହୋଇଥିଲେ l ଦୁଇ ଦିନ ପର୍ଯ୍ୟନ୍ତ ଓ ଖେଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାନ୍ତି ଶୃଂଖଳା ସହିତ ଖେଳାଳି ମାନେ ଖେଳ ଖେଇଥିବା ବେଳେ ଦର୍ଶକ ମାନେ ମଧ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l

ପୁରସ୍କାର ଉତ୍ସବ ମଞ୍ଚରେ ଉପସ୍ଥିତ ଥିବା ଜିଲ୍ଲା ପ୍ରଶାସନ ଅତିଥି ମାନଙ୍କୁ ଖେଳ ପଡିଆର ଉନତି କରଣ କରିବା ସହିତ ଏହି ପଡ଼ିଆରେ କୌଣସି ପ୍ରକାର ରାଜନୈତିକ ମିଟିଙ୍ଗ କିମ୍ବା ପ୍ରଦର୍ଶନୀ ନ କରିବାକୁ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଦାବି କରି ନିବେଦନ କରିଥିଲେ l ଆଜିର ଏହି ଦିବସ ଅବସରରେ ପୌରପରିଷଦ ପକ୍ଷରୁ ସାନ୍ଧ୍ୟ ସମୟରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
