ଭ୍ରାମ୍ୟମାଣ ଚାରା ବିତରଣ ଯାନ ର ଶୁଭାରମ୍ଭ।

ରାଇକିଆ, ତା 10/9/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବନାଞ୍ଚଳ ଅଧିକାରୀ ଯୁଧିଷ୍ଠିର ବେହେରା ଙ୍କ ତତ୍ବାବଧାନ ରେ ରାଇକିଆ ପଂଚାୟତ କାର୍ଯ୍ୟାଳୟ ଠାରେ ମାଆ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ପ୍ରତାପ କୋଟପାଲି ଉପସ୍ଥିତ ରହିଥିବା ବେଳେ ଅତିଥି ଭାବେ ଏ.ସି.ଏଫ୍.ଓ ସ୍ୱେତାଲିନା ସାହୁ,ବିଡ଼ିଓ ସବ୍ୟସାଚୀ ସାହୁ,ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା, ଏ.ଇ.ଇ ବଣ୍ଟି ଚୌଧୁରୀ,ବନ ଅଧିକାରୀ ଉଷତ୍ କହଁର, ସମସ୍ତ ବନ କର୍ମଚାରୀ, ସରପଞ୍ଚ ଗୀତାଞ୍ଜଳି ନାୟକ ଉପସ୍ଥିତ ରହିଥିଲେ।

ବୃକ୍ଷ ହିଁ ଜୀବନ,ବୃକ୍ଷ ହିଁ ସମ୍ପଦ ଏହି ଉକ୍ତି କୁ ନେଇ ପଂଚାୟତ କର୍ଯ୍ୟାଳୟ ସଭାଗୃହ ଠାରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବା ସହିତ ମାଆ ପାଇଁ ଗଛ ଟିଏ କାହିଁକି ତାହା ଉପରେ ଉପସ୍ଥିତ ଜନସାଧାରଣ ଙ୍କୁ ସଚେତନ ର ବାର୍ତ୍ତା ପ୍ରଦାନ କରିଥିଲେ ।ରାଇକିଆ ବ୍ଲକ ର ପ୍ରତ୍ୟେକ ପଞ୍ଚାୟତ ରେ 500 ବୃକ୍ଷ ରୋପଣ କରାଯିବା ସହିତ ରାଇକିଆ ବନାଞ୍ଚଳ ତରଫ ରୁ ବ୍ଲକ ର ବିଭିନ୍ନ ଅଞ୍ଚଳ ରେ 4,500 ବୃକ୍ଷ ରୋପଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *