ଗୁଜୁରାଟରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ଼ଙ୍କ ଗାଡି ଧକ୍କାରେ ମୃତୁ।

ରଘୁନାଥପୁର:- ୧୦/୯:- ରଘୁନାଥପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ କୁଆମାଙ୍ଗା ଗୋଠିଣା ଗ୍ରାମର ଅରୁଣ କୁମାର ନାୟକ (୫୮)ଙ୍କ ସୁଦୂର ଗୁଜୁରାଟରେ ଏକ ଗାଡି ଧକ୍କାରେ ମୃତ୍ୟୁ ହୋଇଛି।ସେ ଦୀର୍ଘ ୨୫ବର୍ଷ ହେବ ଗୁଜୁରାଟରେ ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟରତ ଥିଲେ।ମଙ୍ଗଳାବାର କମ୍ପାନୀ ଗେଟରେ ଡିୟୁଟି କରୁଥିବା ସମୟରେ ପଛରୁ ଏକ ଗାଡି ଧକ୍କା ଦେଇଥିଲା।ଫଳରେ ଘଟଣା ସ୍ଥଳରେ ଆରୁଣଙ୍କ ମୃତୁ ହୋଇଥିଲା।ମୃତୁ ଖବର ପାଇ ଅରୁଣଙ୍କ ପତ୍ନୀ ଓ ଏକମାତ୍ର ପୁତ୍ର ଗୁଜୁରାଟରେ ପହଂଚି ତାଙ୍କର ସବ ସତ୍କାର କରିଛନ୍ତି।ଅରୁଣ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ତାଙ୍କର ବିଧବା ପତ୍ନୀ ଓ ବାପ ଛେଉଣ୍ଡ ପୁଅକୁ ସରକାରୀ ସାହାୟତା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *