ନୂତନ ଏନଏସି ଦାବିରେ ବିଜେଡି ଦଳ ତରଫରୁ ଶରଣକୁଳ ବନ୍ଦ
ଓଡ଼ଗାଁ-ତା୧୨-୯-୨୫ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳକୁ ଏନଏସି ଦାବୀରେ ଆଜି ବିଜେଡି ଦଳ ତରଫରୁ ଶରଣକୁଳକୁ ଦିନ ୬ ଘଣ୍ଟାରୁ ଦିନ ୪ ଘଣ୍ଟା ପ୍ରଯ୍ୟନ୍ତ ୧୦ ଘଣ୍ଟିଆ ଶାନ୍ତିପୂର୍ଣ ବନ୍ଦ ଡାକରା ଦିଆଯାଇ ବନ୍ଦ କରାଯାଇଛି ।ଶରଣକୁଳର ସମସ୍ତ ଶିକ୍ଷାନୁଷ୍ଠାନ,ଡାକଘର,ବ୍ୟାଙ୍କ ସହିତ ସମସ୍ତ ଦୋକାନବଜାର ସମ୍ପୂର୍ଣ ବନ୍ଦ ଥିଲା । ରାସ୍ତାରୋକ ଯୋଗୁ କୌଣସି ଯାନବାହନ ଯାତାୟାତ ମଧ୍ୟ ବନ୍ଦ ଥିଲା ।ଶରଣକୁଳ ଲଡୁବାବା ମନ୍ଦିର ସମ୍ମୁଖରେ ବିଜେଡି ନେତା ଓ କର୍ମୀମାନେ ରାସ୍ତା ଅବରୋଧ କରି ବସି ରହିଥିଲେ ।ପୂର୍ବରୁ ବିଜେଡି ସରକାର ଶରଣକୁଳକୁ ଏନଏସି ପାଇଁ ଘୋଷଣା କରିଥିଲେ ମଧ୍ୟ ବର୍ତମାନର ବିଜେପି ସରକାର ନୂତନ ଏନଏସି ଘୋଷଣା କରିଥିଲେ ମଧ୍ୟ ଶରଣକୁଳକୁ ଏନଏସି ମାନ୍ୟତାରୁ ବାଦ ଦେଇଛି ।କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବିଜେପି ସରକାର ଶୀଘ୍ର ଶରଣକୁଳକୁ ଏନଏସି ଘୋଷଣା କରିବାକୁ ବିଜେଡି କର୍ମୀମାନେ କହିଛନ୍ତି ।

ଶରଣକୁଳ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ଏହି ଆନ୍ଦୋଳନ ପ୍ରତି ସମ୍ପୂର୍ଣ ସମର୍ଥନ ରହିଛି ।ଆଜିର ରାସ୍ତାରୋକ ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ବିଜେଡି ନେତା ବିକ୍ରମ ଦାଶ, ରବୀନ୍ଦ୍ରନାଥ ଚୌଧୁରୀ,କୃଷ୍ଣଚନ୍ଦ୍ର ଦାଶ, ଜିଲ୍ଲା ପରିଷଦ ସଦସ୍ୟା ଚିନ୍ମୟୀ ଦାଶ ,ହରିହରପୁର ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ସିଠ ଓ ଶ୍ରମିକ ନେତା ରୁଷିଆ ପ୍ରଧାନ ପ୍ରଭୁତି ଅଂଶଗ୍ରହଣ କରିଥିଲେ ।ଦୁଃଖ ଓ ପରିତାପର ବିଷୟ ବର୍ତମାନ ରଣପୁର ବିଧାୟିକା ଓଡ଼ିଶାର ମାନ୍ୟବର ବାଚସ୍ପତି ହୋଇଥିଲେ ମଧ୍ୟ ଶରଣକୁଳ ପ୍ରତି ବିଜେପି ସରକାରଙ୍କ ଅବହେଳା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି ।
