କାକଟପୁର ପଞ୍ଚାୟତ ସମିତି ଅଧିବେଶନ।

କାକଟପୁର ,୧୨/ ୯)- ଶୁକ୍ରବାର ପୂର୍ବାହ୍ନରେ କାକଟପୁର ପଞ୍ଚାୟତ ସମିତିର ୭ମ ଅଧିବେଶନ ବ୍ଳକ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଆରମ୍ଭରୁ ସାମାନ୍ୟ ବିବାଦ ଦେଖାଯାଇଥିଲା l ପରେ ବୈଠକରେ ଶିକ୍ଷା , ସ୍ୱାସ୍ଥ୍ୟ , ପଶୁପାଳନ , ମୋ ଗୁହାଳ ଯୋଜନା , କୃଷି , ଉଦ୍ୟାନ ବିଭାଗ , ମହିଳା ଓ ଶିଶୁ ବିକାଶ ବିଭାଗ , ଗ୍ରାମୀଣ ଗୃହ ନିର୍ମାଣ , ଯୋଗାଣ ବିଭାଗ , ବିଦ୍ୟୁତ , ପାନୀୟ ଜଳ , ରାସ୍ତା , ଡ୍ରେନ ନିର୍ମାଣ , କାକଟପୁର ମୁଖ୍ୟ ବଜାରରୁ ଜବର ଦଖଲ ଉଚ୍ଛେଦ , ଆଦି ବିଭିନ୍ନ ବିଭାଗରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା କରାଯାଇଥିଲା l ରାସନ କାର୍ଡରେ ନାମ ସଂଯୋଗ କରିବାକୁ ବ୍ଳକକୁ ଆସୁଥିବା ହିତାଧିକାରୀଙ୍କ ନାମ କାର୍ଡରେ ସଂଯୋଗ ନହେବା , ବିନା ଲାଇସେନ୍ସରେ ଅଞ୍ଚଳରେ ସାର ବିକ୍ରୟ ଓ ନକଲି ସାର ବିକୁଥିବା ବ୍ୟବସାୟୀଙ୍କ ପ୍ରତି କାକଟପୁର କୃଷି ବିଭାଗର ଅହେତୁକ ଅନୁକମ୍ପା ପ୍ରଦର୍ଶନ , ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା , ମନେରେଗା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବା ସହ ଏହାର ସଠିକ ପରିଚାଳନା , ସ୍ୱଚ୍ଛତା ଓ ସଫଳ ରୂପାୟନ ଉପରେ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ସଭ୍ୟାମାନେ ଦାବୀ ଉପସ୍ଥାପିତ କରିଥିଲେ l ବୈଠକରେ ଯୋଗ ଦେବାପାଇଁ ଏକାଧିକ ବିଭାଗର ଅଧିକାରୀଙ୍କୁ ଚିଠି କରାଯାଇଥିଲେ ମଧ୍ୟ ବହୁ ଅଧିକାରୀ ଅନୁପସ୍ଥିତ ଥିବା କାରଣରୁ ଅସନ୍ତୋଷ ପ୍ରକାଶ ପାଇଥିଲା l

ବୈଠକରେ କାକଟପୁର ନିର୍ବାଚନ ମଣ୍ଡଳୀ ବିଧାୟକ ତୁଷାର କାନ୍ତି ବେହେରା , ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ , ବିଡ଼ିଓ ନାରାୟଣ ଦୀକ୍ଷିତ , ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ନା ରାଣୀ ଦଳାଇ , ସଂଯୁକ୍ତା ଦୀକ୍ଷିତ , ବ୍ଳକ ସାଂସଦ ପ୍ରତିନିଧି କୈଳାସ ଚନ୍ଦ୍ର ନାୟକ , କାକଟପୁର ଅତିରିକ୍ତ ତହସିଲଦାର ହେମାଙ୍ଗିନୀ ମାଝୀ , ସହକାରୀ ଯନ୍ତ୍ରୀ ସ୍ନେହସିଷ ସୁବୁଦ୍ଧି, ନିମାପଡା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଏସଡିଓ ପ୍ରଭାତ କୁମାର ବେହେରା , କନିଷ୍ଠ ଯନ୍ତ୍ରୀ ତନୁଜା ପ୍ରିୟଦର୍ଶିନୀ, କାକଟପୁର ଜଳସେଚନ ବିଭାଗ ସବଡ଼ିଭିଜନର ଯନ୍ତ୍ରୀ ବିନୋଦ କୁମାର ମାଝୀ , ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜ୍ୟୋତିଶ୍ରୀ ସେନାପତି, ସରପଞ୍ଚ ଅଭୟ କୁମାର ସେଠି , ପ୍ରଭାତୀ ରାଉତ , ଚତୃଭୁଜ ନାୟକ , କୃଷ୍ଣ ଜେନା, ରୂପାଲି କାଣ୍ଡି, ସମିତିସଭ୍ୟ ପ୍ରମୋଦ ଦାସଙ୍କ ସମେତ କାକଟପୁର ବ୍ଳକର ୧୬ ଗୋଟି ଗ୍ରାମପଞ୍ଚାୟତର ସମସ୍ତ ସରପଞ୍ଚ , ସମିତି ସଭ୍ୟ ସଭ୍ୟାଙ୍କ ସହ ବିଭିନ୍ନ ବିଭାଗର କେତେକ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *