ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଗୋକର୍ଣିକା ସାହିତ୍ୟ ସମାଜପକ୍ଷରୁ ଉତ୍କଳଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ୧୨୩ତମ ଜୟନ୍ତୀ
ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଗୋକର୍ଣିକା ସାହିତ୍ୟ ସମାଜପକ୍ଷରୁ ଉତ୍କଳଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ୧୨୩ତମ ଜୟନ୍ତୀ
ଧର୍ମଶାଳା- ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ହାଇସ୍କୁଲ ସ୍ଥିତି ଆମ ପାଠଗାର ପରିସରରେ ଓଡି଼ ଶା ସାହିତ୍ୟ ଏକାଡ଼େମୀfc ଓ ଗୋକର୍ଣିକା ସାହିତ୍ୟ ସମାଜ, ଜାରକାର ମିଳିତ ଆନୁକୁଲ୍ୟରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠ ଶିଶୁ ସାହିତ୍ୟ ସ୍ରଷ୍ଟା ଉତ୍କଳ ଚନ୍ଦ୍ର ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ୧୨୩ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟକ ଓ ମୁଖ୍ୟ ଅତିଥ୍ ଭାବେ ବିଶିଷ୍ଟ ଶିଶୁ ସାହିତ୍ୟ ସ୍ରଷ୍ଟା ଓ ସ୍ତମ୍ଭକାର ଦାଶ ବେନ୍ହୁର ଯୋଗଦେଇ ବିଦଗ୍ଧ ସାହିତ୍ୟର ଆଦ୍ୟ ସ୍ପର୍ଶ ହେଉଛି ଶିଶୁ ସାହିତ୍ୟ । ଶିଶୁଙ୍କୁ ଅବହେଳା ନକରି ତା’ ଚୌହଦୀକୁ ଜାଣି ତା’ ଇଚ୍ଛାକୁ ସମ୍ମାନ ଦେବା ଉଚିତ। ଏବେ ସମସ୍ତେ ଶିଶୁ ସାହିତ୍ୟ ଲେଖୁବାକୁ ଆଗ୍ରହ ପ୍ରକାଶ କରନ୍ତୁ ବୋଲି ପଣ୍ଡିତ ତ୍ରିପାଠୀଙ୍କ ଜୀବନାଦର୍ଶ କୁ ଆଲୋଚନା କରି କହିଥିଲେ। ଅନୁଷ୍ଠାନର ସଭାପତି ଡ. ରମାକାନ୍ତ ଜେନାଙ୍କ ପୌରହିତ୍ୟରେ ଅତିଥ୍ ଭାବେ ଓଡ଼ି ଶା ସାହିତ୍ୟ ଏକାଡ଼େମୀ ସଚିବ ଡ. ଚନ୍ଦ୍ର ଶେଖର ହୋତା ଯୋଗଦେଇ ଶି ଶୁ
ମନସ୍ତତ୍ବକୁ ଅଧ୍ୟୟନ କରି ଶିଶୁ ମନଲାଖ୍ ସାହିତ୍ୟ ସୃଷ୍ଟି କଲେ ତାହା ହୃଦୟକୁ ଛୁଏଁ। ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ଗ୍ରନ୍ଥାବଳୀର ପୁନଃପ୍ରକାଶ ଏକାଡ଼େମୀ କରିବାକୁ ଉଦ୍ୟମ କରିଛି। ଏଥିପାଇଁ ସମସ୍ତ ତଥ୍ୟ ଗୋକର୍ଣିକା ସଂପାଦକ ଯୋଗାଇ ଦେଇଥିବା ସେ ସୂଚନା ଦେଇଥିଲେ। ମୁଖ୍ୟବକ୍ତା ଭାବେ ବାଗ୍ମୀ ରଜନୀକାନ୍ତ ପୃଷ୍ଟି ଯୋଗ ଦେଇ ପଣ୍ଡିତ ତ୍ରି ପାଠୀଙ୍କ ଲେଖା ଓ ଜୀବନାଦର୍ଶ ସଂପର୍କରେ କହିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ଚଳିତ ବର୍ଷ ପାଇଁ ଉପେନ୍ଦ୍ର ତ୍ରିପାଠୀ ଶିଶୁ ସାହିତ୍ୟ ପୁରସ୍କାର ପ୍ରାକ୍ତନ ଆର.ଡ଼ି.ସି. ତଥା ଶିଶୁ ସାହିତ୍ୟ ସ୍ରଷ୍ଟା ମହେନ୍ଦ୍ର କୁମାର ମଲ୍ଲିକଙ୍କୁ ପ୍ରଦାନ କରାଯାଇଥିବା ବେଳେ ଉପେନ୍ଦ୍ର ତ୍ରିପାଠୀ ଶିଶୁ ସାହିତ୍ୟ ସମ୍ମାନ ଶ୍ରୀମତୀ ସାରଥ ମହାପାତ୍ର କୁ ପ୍ରଦାନ କରା ଯାଇଥୁଲ I । ଏଥିସହ ଗୋକର୍ଣିକା ସୁବକ୍ତା ସମ୍ମାନ ପ୍ରାଧ୍ୟାପକ ଶିବ ଚରଣ ମାଝୀ, ଗୋକର୍ଣିକା ଗଳ୍ପ ସମ୍ମାନ ଡକ୍ଟର ସଚ୍ଚିଦାନନ୍ଦ କର, ଗୋକର୍ଣିକା କବିତା ସମ୍ମାନ ସଚ୍ଚିଦାନନ୍ଦ ମିଶ୍ର, ଗୋକର୍ଣିକା ପାଠ ସମ୍ମାନ ସୁନାକର
ସାହୁ, ଗୋକର୍ଣିକା ସଂଗଠନ ସମ୍ମାନ ଅଜୟ କୁମାର ବଳ, ଗୋକର୍ଣିକା ବ୍ୟଙ୍ଗ କବିତା ସମ୍ମାନ ବାଇଧର ମାଝୀଙ୍କୁ ପ୍ରଦାନ କରାଯାଇଥିଲା । ଉପସଭାପତି ସଂଗ୍ରାମ କେଶରୀ ଜେନା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କାର୍ଯ୍ୟକାରୀ ସଭାପତି ଡକ୍ଟର ରୁଦ୍ର ନାରାୟଣ ପୃଷ୍ଟି ସ୍ୱାଗତ ଭାଷଣ ଦେଇଥିଲେ। ସାଧାରଣ ସଂପାଦକ ଡକ୍ଟର ଇନ୍ଦୁପ୍ରଭା ସାମଲ ବିବରଣୀ ପ୍ରଦାନ କରିଥିବାବେଳେ ପତ୍ରିକା ସଂପାଦନା ମଣ୍ଡଳୀ ସଦସ୍ୟ ଡକ୍ଟର ତୁହିନାଂଶୁ ରଥ ଓ ଡକ୍ଟର
ପୃଷ୍ଟି ଅତିଥିମାନଙ୍କୁ ସମ୍ବନ୍ଧିତ କରିଥିଲେ। ପ୍ରତିକା ସଂପାଦନା ମଣ୍ଡଳୀ ସଦସ୍ୟ ମହେଶ୍ଵ ର ପାଢ଼ୀ ସମ୍ବଦ୍ଧ ନା ପର୍ବ ର ସଂଯୋଜନା କରିଥିବାବେଳେ ସଂଗଠନ ସଂପାଦକ ପ୍ରତାପ ରୁଦ୍ର ପଣ୍ଡା, କାର୍ଯ୍ୟକାରୀ କମିଟି ସଦସ୍ୟା ରଂଜିତା ବାରିକ, ସଦସ୍ୟ ବ୍ରଜରାଜ ତ୍ରିପାଠୀ, ଅଜୟ କୁମାର ବାରିକ କାର୍ଯ୍ୟକ୍ରମ ପରି ଚାଳନା କରିଥିଲେ। ଅନୁଷ୍ଠାନର ଅତ୍ୟତମ ଉପସଭାପତି ହୃଷିକେଶ ସାମଲ ଧନ୍ୟବାଦ ଦେଥିଲେ।
