ଜଗତସିଂହପୁର ପୋଲିସ କୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା

*ଜଗତସିଂହପୁର ପୋଲିସ କୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା
*36 ଗ୍ରାମ ବ୍ରାଉନ ସୁଗର ଜବତ ସହ ଜଣେ ଗିରଫ
*ଆକ୍ସନ ମୋଡ଼ରେ ଜଗତସିଂହପୁର ପୋଲିସ

ଆଙ୍କର-ଗତ କିଛି ଦିନ ହେବ ଜଗତସିଂହପୁର ଜିଲାରେ ଅପରେସନ ପ୍ରହାର ର୍ ପ୍ରଭାବ ଦେଖିବାକୁ ମିଳୁଛି । ଜଗତସିଂହପୁର ସଦର ଥାନା ପୋଲିସ ଓଡ଼ିଶୋ ହାଟ ବଜାର ଛକରେ ଚଢ଼ାଉ କରି ଏକ ପାନ ଦୋକାନ ରୁ 36 ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଅଭିଧ୍ୟାନନ୍ଦପୁର ଗ୍ରାମର ଦେବୀପ୍ରସାଦ ପ୍ରଧାନଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ସକାଳେ ଗ୍ରାହକ ବେଶରେ ପୋଲିସ ଯାଇ ଅଭିଯୁକ୍ତକୁ ଧରିଛି । ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ 4 ଲକ୍ଷ ଟଙ୍କା ହେବ ବୋଲି ଜଗତସିଂହପୁର ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *