ବନ୍ଧୁଙ୍କ ସ୍ମୃତିରେ ସାଙ୍ଗ ସାଥୀ କଲେ ରକ୍ତଦାନ

ବନ୍ଧୁଙ୍କ ସ୍ମୃତିରେ ସାଙ୍ଗ ସାଥୀ କଲେ ରକ୍ତଦାନ
ଖୋରଧା(୧୩/୯) ଖୋରଧା ସହର ନବିନାବାଗ ସ୍ଥିତ ବକ୍ସି ଜଗବନ୍ଧୁ କ୍ଲବର ସକ୍ରୀୟ ସଭ୍ୟ ତଥା ଯୁବ ସ୍ବେଚ୍ଛାସେବୀ ଦିବଂଗତ ଲେଲିନ ପାଇକରାୟଙ୍କ ଦ୍ବାଦଶ ଅବସରରେ ବକ୍ସି ଜଗବନ୍ଧୁ କ୍ଲବ୍ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଅଞ୍ଜୁଶ୍ରୀ କଲ୍ୟାଣୀ ମଣ୍ଡପ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଓ ସ୍ମୃତି ଚାରଣ ସଭା ଆୟୋଜିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ଡଃ ସଞ୍ଜୟ ପଟ୍ଟନାୟକ ଉଦଘାଟନ କରି ଦିବଂଗତ ଲେଲିନ ପାଇକରାୟଙ୍କ ନବୀନାବାଗ ଅଞ୍ଚଳ ତଥା ଆଖ ପାଖରେ ବିଭିନ୍ନ ସାମଜିକ,ସାଂସ୍କୃତିକ ଓ ଉନ୍ନୟନ ମୁଳକ କାର୍ଯ୍ୟରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ଯ ତାଙ୍କର ସାଙ୍ଗ ସାଥୀ ଓ ସମ୍ପର୍କୀୟ ପ୍ରାୟ ୫୦ରୁ ଉର୍ଦ୍ଧ ରକ୍ତଦାତା ରକ୍ତଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ଦେବେନ୍ଦ୍ର ଶତପଥୀ,ଖୋରଧା ବ୍ଲକ ଉପାଦ୍ଧକ୍ଷ ପ୍ରକାଶ ସାମନ୍ତରାୟ,ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ଡଃ ସୌରଭ ସୁନ୍ଦର ରାଏ,ଡଃ ଜୟ ନାରୟଣ ପାଢୀ,ଅରୁଣ କୁମାର ସାହୁ,ସ୍ମିତ ରଞ୍ଜନ ବଳିୟାରସିଂହ,ଦିଲନ୍ କୁମାର ଜେନା,ନିରାକାର ବଳିୟାରସିଂହ,ଦେବାଶିଷ ସାହୁ,ସତ୍ୟ ପ୍ରକାଶ ସାହୁ,ସମୀର ସ୍ୱାଇଁ ଓ ପ୍ରିୟବ୍ରତ ବାରିକ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *