କୋଣାର୍କରେ ଜାତୀୟ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ

କୋଣାର୍କ,୧୩/୦୯ ସାହିତ୍ୟର ମହାକୁମ୍ଭ, ସାହିତ୍ୟର ମହାମିଳନୀ ମଞ୍ଚ, ଓଡିଶାର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟ ସଂସ୍କୃତି ସମାରୋହ”ର ପଞ୍ଚମ ବାର୍ଷିକ ଉତ୍ସବ ଅବସରରେ ଏହାର ଚତୁର୍ଥ କୋଣାର୍କ ଜାତୀୟ ସାହିତ୍ୟ ମହୋତ୍ସବ ଅର୍କକ୍ଷେତ୍ର କୋଣାର୍କଠାରେ ଶନିବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି। ଅଧ୍ୟକ୍ଷ ଡ଼ ଫନୀ ମହାନ୍ତି ଓ ସଭାପତି ଇଂ ଗୌରଚନ୍ଦ୍ର ମହାପାତ୍ରଙ୍କର ସଭାପତିତ୍ବ ଓ ପରିଚାଳନାରେ ଓଟିଡିସିର ଯାତ୍ରୀ ନିବାସଠାରେ ମହାସମାରୋହରେ ଉଦଘାଟିତ ହୋଇଯାଇଅଛି । ପ୍ରଥମ ପର୍ଯ୍ୟାୟରେ ଭାରତର ବିଭିନ୍ନ ଆଞ୍ଚଳିକ ଭାଷାର କବିମାନଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ କବି ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ବରିଷ୍ଠ କବିମାନଙ୍କୁ କୋଣାର୍କର ବିଶିଷ୍ଟ ସମାଜସେବୀ ଓ କବି ଶ୍ରୀ ରାମକୃଷ୍ଣ ମହାନ୍ତିଙ୍କ ସହଯୋଗରେ ପୁଷ୍ପଗୁଚ୍ଛ ଓ ବନ୍ଦାପନା ସହ ସାଗତ କରାଯାଇଥିଲା । ଏହି କାଯ୍ୟକ୍ରମରେ ମାନବ୍ୟର ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ବୀରାଜ ହରିଚନ୍ଦନ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରି ଏଭଳି ଏକ ଜାତୀୟ ମହୋତ୍ସବ କୋଣାର୍କ ଭଳି ଏକ ପର୍ଯ୍ୟଟନ ସ୍ଥଳୀରେ କରାଯାଇଥିବାରୁ ସରକାରଙ୍କ ତରଫରୁ ସମ୍ପୂର୍ଣ ସହଯୋଗର ହାତ ପ୍ରସାରିତ କରାଯିବ ବୋଲି କହିଥିଲେ । ଅନ୍ୟତମ ଅତିଥ ଭାବରେ ଦୈନିକ ସମାଜର ମୁଦ୍ରାକର ଓ ପ୍ରକାଶକ ଡ଼ ପ୍ରଭାସ କୁମାର ଆଚାଯ୍ୟ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ ଲେଖକ ଡ଼ ପ୍ରଫୁଲ୍ଲ କୁମାର ମହାନ୍ତି, ସମ୍ମାନୀତ ଅତିଥ ଓ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବିଶ୍ବରଞ୍ଜନ ଯୋଗ ଦାନ କରିଥିଲେ । ଉତ୍ସବର ଉଦଘାଟକ ମାନ୍ୟବର ମନ୍ତ୍ରୀ ମହୋଦୟଙ୍କ ଦ୍ୱାରା ଅନୁଷ୍ଠାରର ସ୍ମରଣିକା-୨୦୨୫ ସହ ଅନ୍ୟ କେତେକ ପତ୍ରିକା ଉନ୍ମୋଚିତ ହୋଇଥିଲା । ବାହାରୁ ଆସିଥିବା ସମସ୍ତ କବିମାନେ ଏହି ଜାତୀୟ ମଞ୍ଚରେ ନିଜ ନିଜର ସ୍ଵରଚିତ କବିତା ପାଠ କରିଥିଲେ । କବିତା ସଯୋଜନା କରିଥିଲେ ଶ୍ରୀ ଭାରତୀ ଭୂଷଣ ପଟ୍ଟନାୟକ, ଶ୍ରୀମତୀ ସୌଦାମିନୀ ସାମନ୍ତରାୟ, କାର୍ଯ୍ୟକ୍ରମ ଶେଷରେ କବିମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ଶ୍ରୀ ବଟକୃଷ୍ଣ ପଣ୍ଡା, ଶ୍ରୀମତୀ ଶକୁନ୍ତଳା ମହାନ୍ତି, ନୀନାଦିନୀ ମହାନ୍ତି, ବିନୋଦିନୀ ପାତ୍ର ପ୍ରମୁଖ କାଯ୍ୟକ୍ରମରେ ସହାୟତା କରିଥିଲେ । ସଭାରେ ଉପସଭାପତି ଶ୍ରୀମତୀ ମାଧୁରୀ ପଟ୍ଟନାୟକ ସ୍ଵାଗତ ଭାଷଣ ଓ ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରି ମଞ୍ଚ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *