ପୁରୀ ଏସପିଙ୍କ ପ୍ରେସମିଟ

ପୁରୀ ସହରକୁ ଅପରାଧ ଓ ନିଶା ମୁକ୍ତ କରିବା ପାଇଁ ପୁରୀ ପୋଲିସର ଅପରେସନ ଚକ୍ର ଜାରୀ ରହିଛି । ଏହି ଅଭିଯାନରେ ପୁରୀ ପୌରାଞ୍ଚଳ ଅନ୍ତର୍ଗତ ୨ ଟି ଥାନା ପକ୍ଷରୁ ୩ ଟି ଗୁରୁତ୍ୱପୂର୍ଣ୍ଣ ମାମଲାରେ ସଫଳତା ମିଳିଛି | ବାସେଳୀ ସାହି ଥାନା ପୋଲିସ ଦ୍ବାରା ୧୧.୩୦ ଗ୍ରାମ ଧଳା ଜହର ଜବତ କରାଯାଇଛି।ଏହି କାରବାରରେ ସଂପୃକ୍ତ ମିଶ୍ର ନୋଳିଆ ସାହିର ଶିବୁନା ନାୟକକୁ ଗିରଫ କରାଯାଇଛି। ଶିବୁନା ନାଁରେ ସମୁଦ୍ରକୂଳ ,ସଦର ଓ ବାସେଳୀ ସାହି ଥାନାରେ ଚାରୋଟି ମାମଲା ରହିଛି ।ସେହିପରି ବେଆଇନ ୨୨୦୦ ମି.ଲି କୋରେକ୍ସ ବିକ୍ରୀ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି।

ସମୁଦ୍ରକୂଳ ଥାନା ପୋଲିସ ଦ୍ବାରା ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ଅଜୟ ସିଂହ ଗିରଫ ହୋଇଛି। ତା ଠାରୁ ୩ ଟି ବାଇକ୍ ଜବତ ହୋଇଛି। ଏଥିସହ ପୁରୀ ସହର ସବ ଡିଭିଜନ ଅନ୍ତର୍ଗତ ୮ ଟି ଥାନା ପକ୍ଷରୁ ଗତ ଏକ ସପ୍ତାହ ମଧ୍ୟରେ ୯ ଟି ଚୋରା ମୋଟର ସାଇକେଲ ,୧୦ଟି ମଦ୍ୟପାନ ଜନିତ ଗାଡ଼ି ଚଳାଇବା ମାମଲା, ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବା ଜନିତ ୨୩୨ଟି ମାମଲା ରୁଜୁ କରାଯାଇ ୨୩ ଲକ୍ଷ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଏସପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *