ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର
ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ୍ ଉଡିବା ଘଟଣାରେ ପତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ଡିଜି ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର । ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ନୂତନ ତଥା ଅତ୍ୟାଧୁନିକ ଶୈଳୀ ବ୍ୟବହାର କରୁଛନ୍ତି ଅନେକ ବ୍ୟକ୍ତି ବିଶେଷ। ଡ୍ରୋନ୍ ଦ୍ବାରା ବିଭିନ୍ନ ଅପରାଧୀକ କାର୍ଯ୍ୟ ହେଉଛି। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ସମ୍ପୂର୍ଣ୍ଣ ନିଷିଦ୍ଧ ରହିଛି। ମହାପ୍ରଭୁଙ୍କ ରଥଯାତ୍ରା ସମୟରେ NSG ଦ୍ବାରା ଡ୍ରୋନ ଖସା ଯାଇଥିଲା। ଡ୍ରୋନ୍ ନିରୋଧକ ମେସିନ୍ ଲଗାଇବା ପାଇଁ ଖୁବ୍ ଶୀଘ୍ର ନିଆଯିବ ପଦକ୍ଷେପ। ଏନେଇ ବିଭିନ୍ନ ଏକ୍ସପର୍ଟ ସହିତ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ। ଶ୍ରୀମନ୍ଦିର ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।
